ସଂକଳ୍ପପତ୍ର ବିକଶିତ ପଶ୍ଚିମବଙ୍ଗର ରୋଡ୍‌ମ୍ୟାପ୍‌: ଅମିତ ଶାହ

0

ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ପାଇଁ ନିର୍ବାଚନ ଇସ୍ତାହାର ଘୋଷଣା କଲା ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଏଥିରେ ମହିଳାମାନଙ୍କୁ ମାସିକ ୩,୦୦୦ ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି। ଦଳ କ୍ଷମତାକୁ ଆସିଲେ ମାତ୍ର ୬ ମାସ ମଧ୍ୟରେ ୟୁନିଫର୍ମ ସିଭିଲ କୋଡ୍ (UCC) ଲାଗୁ କରିବାର ବିଜେପି ପ୍ରତିଶ୍ରୁତି ଦେଇଛି।

କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅମିତ ଶାହ ନିର୍ବାଚନ ଇସ୍ତାହାରକୁ ସଂକଳ୍ପ ପତ୍ର ବୋଲି ଅଭିହିତ କରିବା ସହିତ ମମତା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସଂକଳ୍ପ ପତ୍ରର ଉନ୍ମୋଚନ କରି ଶାହ କହିଛନ୍ତି ଯେ ଏହି ଡକ୍ୟୁମେଣ୍ଟରେ ବେଙ୍ଗଲର ପ୍ରତ୍ୟେକ ବର୍ଗଙ୍କ ପାଇଁ ପ୍ରତିବଦ୍ଧତା ରହିଛି। ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଗତ ୧୫ ବର୍ଷର ଶାସନକୁ “ଡାର୍କ ପିରିୟଡ” ବୋଲି କହି କହିଛନ୍ତି। ଲୋକମାନେ ଏବେ ଏଥିରେ ଭୟଭୀତ ଅନୁଭବ କରୁଛନ୍ତି ଏବଂ ପରିବର୍ତ୍ତନ ଖୋଜୁଛନ୍ତି ବୋଲି ଶାହ କହିଛନ୍ତି।

Leave A Reply

Your email address will not be published.