ଇସ୍ତଫା ଦେଲେ ଜଷ୍ଟିସ୍‌ ଯଶୱନ୍ତ ବର୍ମା

0

ଓଡ଼ିଆ ନ୍ୟୁଜ୍: ଇସ୍ତଫା ଦେଲେ ବିବାଦୀୟ ବିଚାରପତି ଜଷ୍ଟିସ୍‌ ଯଶୱନ୍ତ ବର୍ମା।ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କ ଇସ୍ତଫା।ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ପଠାଇଲେ ଜଷ୍ଟିସ୍‌ ଯଶୱନ୍ତ ବର୍ମା। ବାସଭବନରୁବ ବିପୁଳ ଟଙ୍କା ମିଳିବା ପରେ ବିବାଦରେ ଥିଲେ। ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ସ୍ଥାନାନ୍ତର କରାଯାଇଥିଲା।ଗତ ୫ ତାରିଖରେ ଶପଥ ନେଇଥିଲେ ଜଷ୍ଟିସ୍‌ ଯଶୱନ୍ତ ବର୍ମା। ବର୍ତ୍ତମାନ ଆଭ୍ୟନ୍ତରୀଣ ତଦନ୍ତର ସମ୍ମୁଖୀନ ହେଉଛନ୍ତି।

ଗତ ବର୍ଷ ମାର୍ଚ୍ଚ ମାସରେ ଜଷ୍ଟିସ ବର୍ମା ଏହି ବିବାଦରେ ଛନ୍ଦି ହୋଇଯାଇଥିଲେ। ଦିଲ୍ଲୀରେ ଜଷ୍ଟିସ୍ ବର୍ମାଙ୍କ ସରକାରୀ ବାସଭବନରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବାକୁ ପହଞ୍ଚିଥିବା ଅଗ୍ନିଶମ ବାହିନୀ ତାଙ୍କ ଘରୁ ବିପୁଳ ପରିମାଣରେ ନଗଦ ଟଙ୍କା ବାହାରିଥିବା ଦେଖିଥିଲେ ବୋଲି କୁହାଯାଉଛି। ଗୋଟେ ଗୋଟେ ଟଙ୍କା ଗଦାର ଉଚ୍ଚତା ୧.୫ ଫୁଟ ପର୍ଯ୍ୟନ୍ତ ରହିଥିଲା ବୋଲି କୁହାଯାଇଥିଲା।ତତ୍କାଳୀନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏହି ଘଟଣାର ବିଚାର କରି ଜଷ୍ଟିସ୍ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ତେବେ ଜଷ୍ଟିସ୍ ବର୍ମା କିନ୍ତୁ ଏହି ଦାବିଗୁଡ଼ିକୁ ଅସ୍ୱୀକାର କରିଛନ୍ତି। ତାଙ୍କ ବାସଭବନରୁ କୌଣସି ଟଙ୍କା ଉଦ୍ଧାର ହୋଇ ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.