୧୧ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

0

ଓଡ଼ିଆ ନ୍ୟୁଜ୍: କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର।ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ହାଡୁଆ ଜଳସେଚନ ପ୍ରକଳ୍ପରେ ଭୂତଳ ପାଇପ୍ ଲାଇନ୍ ପାଇଁ ଟେଣ୍ଡର ମଞ୍ଜୁର।ବଡ଼ମ୍ବାର ୭୬, ନରସିଂହପୁର ଓ ତିଗିରିଆର ୫ ଲେଖାଏଁ ଗାଁ ଉପକୃତ ହେବ।ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପକୁ ଗୁରୁତ୍ବ। ହୀରାକୁଦରୁ ଜଳ ଉତ୍ତୋଳନ କରି ଜଳ ଯୋଗାଣ ବ୍ୟବସ୍ଥା ହେବ। ସମ୍ବଲପୁର ଜିଲ୍ଲାର ୬ ହଜାର ୨୧୦ ହେକ୍ଟର ଜମି ଜଳସେଚିତ ହେବ।୩୪୦୦ କୋଟିର ଅଟଳ ବସ୍‌ ଷ୍ଟାଣ୍ଡ ଯୋଜନା ପାରିତ।

ସେହିପରି ୩୧୮ଟି ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ କରାଯିବ।କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ MVA ସବ୍‌ଷ୍ଟେସନ ହେବ।ଓଡ଼ିଶା ଶ୍ରମ ସେବା ନିୟମାବଳୀରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ।ପୂର୍ବରୁ ନିଯୁକ୍ତ ALO, RLI ମାନେ ବିଭାଗୀୟ ପରୀକ୍ଷାରୁ ଛାଡ଼ ପାଇବେ।

Leave A Reply

Your email address will not be published.