ଏପ୍ରିଲ ୨୭ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ପୋଷାକ: ନିତ୍ୟାନନ୍ଦ ଗଣ୍ଡ

0

ଓଡ଼ିଆ ନ୍ୟୁଜ୍: ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ପୋଷାକ । ସ୍କୁଲ ୟୁନିଫର୍ମ ବଣ୍ଟନ ନେଇ SOP ଜାରି ହୋଇଛି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଛୁଟି ଭିତରେ ସମସ୍ତଙ୍କୁ ୟୁନିଫର୍ମ ଯୋଗାଇ ଦିଆଯିବ ।

୧୦ ତାରିଖ ଭିତରେ ଶ୍ରେଣୀ ବର୍ଗ ହିସାବରେ ନିର୍ଦ୍ଧାରଣ କରାଯିବା ସହ ୧୨ ତାରିଖ ସୁଦ୍ଧା ଏଜେନ୍ସୀ ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯିବ । ଯେଉଁ ମାନେ ପୂର୍ବରୁ କାର୍ଯ୍ୟାଦେଶ ପାଇଥିଲେ ସେମାନଙ୍କ ନାଁରେ କିଛି ଅଭିଯୋଗ ଥିଲେ କାଟି ଦିଆଯିବ । ଯେଉଁ ମାନଙ୍କ ନାଁରେ କିଛି ଅଭିଯୋଗ ନାହିଁ ସେମାନଙ୍କୁ ପୋଷାକ ବଣ୍ଟନ ଦାୟିତ୍ୱ ଦିଆଯିବ ।

Leave A Reply

Your email address will not be published.