ଆଶା ଭୋସଲେ ଅସୁସ୍ଥ

0

ଓଡ଼ିଆ ନ୍ୟୁଜ୍: ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ।ହୃଦଘାତ କାରଣରୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି। ୯୨ ବର୍ଷୀୟା ଆଶାଙ୍କ ଅବସ୍ଥା ସଙ୍ଗୀନ ଥିବା ଜଣାପଡିଛି।ସେ ହସ୍ପିଟାଲର ଜରୁରୀକାଳୀନ ଚିକିତ୍ସା ସେବା ବିଭାଗରେ ଚିକିତ୍ସାଧୀନ ଅଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ପରିବାର କିମ୍ବା ହସ୍ପିଟାଲ ପରିଚାଳନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ପ୍ଲେବ୍ୟାକ୍ ଗାୟିକା ଆଶା ଭୋସଲେ ଭାରତୀୟ ସଙ୍ଗୀତ ଶିଳ୍ପର ଜଣେ ମହାନ ଏବଂ ବହୁମୁଖୀ କଳାକାର । ୭୦ ବର୍ଷରୁ ଅଧିକ ଅଭିଜ୍ଞତା ସହିତ, ସେ ବିଭିନ୍ନ ଭାଷା ଏବଂ ଧାରାରେ ଅଗଣିତ ଗୀତ ଗାଇଛନ୍ତି ।

Leave A Reply

Your email address will not be published.