ବସ୍-ପିକଅପ୍ ମୁହାଁମୁହିଁ ଧକ୍କା, ୧୦ ମୃତ

0

ଓଡ଼ିଆ ନ୍ୟୁଜ୍: ବିହାରର ଗେରାବାରି ନିକଟରେ ବସ୍-ପିକଅପ୍ ମୁହାଁମୁହିଁ ଧକ୍କା।ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ, ୨୫ରୁ ଅଧିକ ଆହତ।ବେପରୁଆ ଗାଡ଼ି ଚାଳନାରୁ ଦୁର୍ଘଟଣା ଘଟିଥିବା କୋରହା ପୋଲିସ୍‌ର ସୂଚନା।NH-31 ର ବସଗଡା ଛକ ନିକଟ ଦତପୁର ମୁସାହାରି ନିକଟରେ ବସ୍ ଏବଂ ପିକଅପ୍ ଭ୍ୟାନ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣାସ୍ଥଳ ଦେଇ ଅତିକ୍ରମ କରୁଥିବା ଦୁଇଟି ମୋଟର ସାଇକେଲରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁସାରେ, ହରଦାରୁ ପୂର୍ଣ୍ଣିଆ ଯାଉଥିବା ବସ୍ର ଡ୍ରାଇଭର ମଦ୍ୟପାନ କରିଥିଲେ ଏବଂ ସେ ପୂର୍ବରୁ ଅନେକ ଗଡ଼ିକୁ ଧକ୍କା ଦେଇଥିଲେ । ବସ୍ଟି ଦତପୁର ମୁସାହାରି ଛକ ନିକଟରେ ପହଞ୍ଚିବା ମାତ୍ରେ ଏହା ସାମ୍ନାପଟୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ସମୟରେ ଅତିକ୍ରମ କରୁଥିବା ଦୁଇଟି ବାଇକ ସହ ପିଟି ହୋଇଥିଲା ଦୁର୍ଘଟଣାଗ୍ରସ୍ତ ଗାଡ଼ି ।

Leave A Reply

Your email address will not be published.