ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ଐକ୍ୟ ସ୍ଥାପନା ମଣ୍ଡଳୀ ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ।ଦେଶ ଓ ବିଦେଶରେ ଶ୍ରୀମହାପ୍ରଭୁଙ୍କ ପର୍ବପର୍ବାଣୀ ନେଇ ଆଲୋଚନା।ଇସ୍କନ୍ର ଅଦିନିଆ ରଥଯାତ୍ରା ନେଇ ବୈଠକରେ ଆଲୋଚନା।
ଇସ୍କନ ସଂସ୍ଥା ଶ୍ରୀକ୍ଷେତ୍ର ବା ମୂଳ ପୀଠ ପରମ୍ପରାର ବ୍ୟତିକ୍ରମ କରୁଛନ୍ତି । ଏକ ସାମ୍ବାଦିକ ସମ୍ପିଳନୀରେ ଏଭଳି ଅଭିଯୋଗ ଉଠାଇଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଆସନ୍ତା ଡ଼ିସେମ୍ବର ସୁଦ୍ଧା ଇସ୍କନ୍ ପକ୍ଷରୁ ବିଶ୍ଵର ବିଭିନ୍ନ ସ୍ଥାନରେ ୮୦ ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ବହୁ ଆଚାର୍ଯ୍ୟ ଶାସ୍ତ୍ରୀୟ ମତ ଆଧାରରେ ଆଷାଢ଼ ଶୁକ୍ଲ ଦ୍ଵିତୀୟରେ ରଥଯାତ୍ରା ପାଇଁ ପରାମର୍ଶ ଦେଇଛନ୍ତି ।
ଇସ୍କନର ଅଦିନିଆ ରଥଯାତ୍ରା ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୁରୁ ଦାୟିତ୍ୱ ରହିଛି। ଗଜପତି ଦିବ୍ୟସିଂହ ଦେବ ବ୍ୟକ୍ତିଗତ ଭାବେ ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଇସ୍କନର ଅଦିନିଆ ରଥଯାତ୍ରା ନେଇ ରାଜ୍ୟବ୍ୟାପୀ ଜନ ସଚେତନତା ସୃଷ୍ଟି କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍କୃତି ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାୟ ସହ ଆଲୋଚନା କରାଯିବ।