ଓଡ଼ିଆ ନ୍ୟୁଜ୍: ପରଲୋକରେ ଆଶା ଭୋସଲେ ଆଉ ନାହାନ୍ତି। ସେ ୯୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହୃଦ୍ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ଥିତି ଗୁରୁତର ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଶାଙ୍କ ପରଲୋକ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଆସନ୍ତାକାଲି ତାଙ୍କର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ବଲିଉଡରେ ଦୀର୍ଘ ବର୍ଷ ଧରି ସକ୍ରିୟ ଥିଲେ। ତାଙ୍କ ମୃତ୍ୟୁ ପରେ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି।
ଗତକାଲି ତାଙ୍କୁ ହୃଦଘାତ ଯୋଗୁଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହୃଦଘାତ ଏବଂ ଫୁସଫୁସ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ। ୭୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଭାଷାରେ ହଜାର ହଜାର ଗୀତ ଗାଇଛନ୍ତି ଆଶା। ୧୯୩୩ ସେପ୍ଟେମ୍ବର ୮ରେ ଜନ୍ମଗ୍ରହଣ କରିଥିବା ଆଶା ଭୋସଲେ ଭାରତୀୟ ସଙ୍ଗୀତର ବହୁମୁଖୀ ସ୍ୱରମାନଙ୍କ ମଧ୍ୟରୁ ଜଣେ। ଲତା ମଙ୍ଗେସକରଙ୍କ ସାନ ଭଉଣୀ ଆଶା।