୪୦ ଡିଗ୍ରୀ ଉପରେ ରାଜ୍ୟର ୬ ସହର

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବଢ଼ୁଛି ତାତି; ୪୦ ଡିଗ୍ରୀ ଉପରେ ୬ ସହର ତାପମାତ୍ରା। ଟିଟିଲାଗଡ଼ ୪୧.୫, ବଲାଙ୍ଗିର ଓ ଭବାନୀପାଟଣା ୪୧ ଡିଗ୍ରୀ। ଝାରସୁଗୁଡ଼ା ୪୦.୭, ସମ୍ବଲପୁର ୪୦.୧, ହୀରାକୁଦ ୪୦ ଡିଗ୍ରୀ।ଭୁବନେଶ୍ବର ୩୭.୭ ଓ କଟକ ତାପମାତ୍ରା ୩୭.୪ ଡିଗ୍ରୀ।ଅନେକ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଆଗାମୀ କିଛି ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ହେଲେ ନିଜର କାମ ପାଇଁ ବାଧ୍ୟ ହୋଇ ଘରୁ ବାହାରି ଟାଇଁ ଟାଇଁ ଖରାରେ ଭାଜି ହେଉଛନ୍ତି ଲୋକେ ।

 

ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ରତାପରେ ସତେ ଯେମିତି କଲବଲ ହେଉଛି ସମଗ୍ର ଓଡ଼ିଶା । ପ୍ରଖର ସୂର୍ଯ୍ୟ କିରଣରେ ଜଳୁଛି ସାରା ଓଡ଼ିଶା । ଆକାଶରୁ ଯେମିତି ନିଆଁର ବର୍ଷା ହେଉଛି । ପ୍ରବଳ ଖରା ସାଙ୍ଗକୁ ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଉଥିବାରୁ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ବିଶେଷ କରି ସହରୀ ଅଞ୍ଚଳରେ କଂକ୍ରିଟ୍ ଜଙ୍ଗଲ ଯୋଗୁଁ ତାତିର ପ୍ରଭାବ ଅଧିକ ଅନୁଭୂତ ହେଉଛି ।

ପଶ୍ଚିମରୁ ଉପକୂଳ, ସବୁଠି ସମାନ ସ୍ଥିତି । ଟିଟିଲାଗଡ ୩୯.୫ ଡିଗ୍ରୀ ସହ ସବୁଠାରୁ ଉତପ୍ତ ସହର ରେକର୍ଡ କରାଯାଇଛି ୧୨ ଓ ୧୩ ତରିଖରେ ପାଗ ଶୁଖିଲା ରହିବ ୧୪ ଏବଂ ୧୫ ତାରିଖରେ ଗଂଜାମ ଗଜପତି ରାୟଗଡାର କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.