ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୧ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଉରକେଲାରେ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ । ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଉଡ଼ାଣ ଭରି ପୂର୍ବାହ୍ନ ୧୧.୧୦ ମିନିଟ୍ରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିବେ ।
ଆଦିବାସୀ ସଂସ୍କୃତି ପରମ୍ପରା ଆଦିବାସୀ ନୃତ୍ୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କରାଯିବ ଭବ୍ୟ ସ୍ୱାଗତ । ସେଠାରୁ ସେକ୍ଟର ୧୩ ମେଲଣ ପଡ଼ିଆକୁ ରାଷ୍ଟ୍ରପତି ଯିବେ ଯେଉଁଠାରେ ଆୟୋଜନ କରାଯାଇଛି ସାଧାରଣ ସଭା । ୧୦ ହଜାର ଛାତ୍ରଛାତ୍ରୀ, ୩୫ରୁ ଉର୍ଦ୍ଧ୍ୱ ସାଂସ୍କୃତିକ ଗୋଷ୍ଠୀ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ସମ୍ପୂର୍ଣ୍ଣ ହୋଇଥିବା ୪ଟି ପ୍ରକଳ୍ପ ହେଉଛି, ୪୨.୪୪ କୋଟି ଟଙ୍କା ବ୍ୟୟରେ କୋଏଲ ନଗର ମନୋରଞ୍ଜନ ପାର୍କ, ୨୭ କୋଟି ବ୍ୟୟରେ ଛେଣ୍ଡ୍ ସ୍ଥିତ ସାଇନ୍ସ ପାର୍କ ଏଣ୍ଡ ପ୍ଲାନେଟୋରିୟମ, ୪୮ କୋଟି ବ୍ୟୟରେ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ୪୦ କୋଟି ବ୍ୟୟରେ ଆଦିବାସୀ ମ୍ୟୁଜିୟମ୍ ।