ମାଲକାନଗିରି କୋର୍ଟକୁ ବୋମା ଧମକ

0

ଓଡ଼ିଆ ନ୍ୟୁଜ୍: ମାଲକାନଗିରି କୋର୍ଟକୁ ବୋମା ଧମକ। ମିଳିଲା ଧମକପୂର୍ଣ୍ଣ ମେଲ୍ । ଭୟରେ ଦୌଡ଼ିଲେ ସମସ୍ତେ । ବିଚାରପତିଙ୍କ ଠାରୁ ଓକିଲ ସମସ୍ତେ ଆସିଲେ ବାହାରକୁ । ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଯାହାକୁ ନେଇ ସମସ୍ତେ ଥରହର । ସମସ୍ତଙ୍କୁ କୋର୍ଟ ପରିସରରୁ ବାହାରକୁ ଚାଲିଆସିବାକୁ କହିଥିଲା ପୋଲିସ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟ ଭିତରେ ବୋମା ରହିଛି । ଏଭଳି କିଛି ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା କୋର୍ଟ ମେଲ୍‌କୁ । ଯାହା ସାରା କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । କୋର୍ଟ ବିଚାରପତି, କର୍ମଚାରୀ, ଓକିଲଠୁ ଆରମ୍ଭ କରି କୋର୍ଟ ପରିସରରେ ଥିବା ସାଧାରଣ ଲୋକ ମଧ୍ୟ ଭୟଭୀତ ହୋଇଯାଇଥିଲେ । ଇ-ମେଲ୍ ପାଇବା ପରେ ଭୟଭୀତ ହୋଇ କୋର୍ଟ କମ୍ପ୍ଲେକ୍ସରୁ ବାହାରକୁ ଚାଲିଆସିଥିଲେ ବିଚାରପତି, ଓକିଲ ଓ କୋର୍ଟ କର୍ମଚାରୀ ।

Leave A Reply

Your email address will not be published.