ଓଡ଼ିଆ ନ୍ୟୁଜ୍: ବଡ଼ବିଲ ବାଇପାସ୍ ରିଙ୍ଗରୋଡ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ୨୯ କୋଟି ୪୧ ଲକ୍ଷର ୨୪ଟି ପ୍ରକଳ୍ପର ଲୋକାର୍ପିତ। ୩୨୬ କୋଟି ୪୩ ଲକ୍ଷ ଟଙ୍କାର ୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ।ଯୋଡ଼ା, ବାସୁଦେବପୁର, ବଡ଼ବିଲ ପାଇଁ ନିର୍ମାଣ ହେବ ବିଦ୍ୟୁତ ସବ୍ ଷ୍ଟେସନ।କେନ୍ଦୁଝର ମେଗା ଷ୍ଟିଲପ୍ଲାଣ୍ଟର ଶିଳାନ୍ୟାସ ଖୁବ ଶୀଘ୍ର- ମୁଖ୍ୟମନ୍ତ୍ରୀ।୧୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିବ ଶିଳ୍ପ ସଂସ୍ଥା। ୮ ଲେନ୍ ବିଶିଷ୍ଟ ବଡ଼ବିଲ-ପାରାଦୀପ ରାସ୍ତା ନିର୍ମାଣକୁ ତ୍ୱରାନ୍ୱିତ ନିର୍ଦ୍ଦେଶ।
ମୁଖ୍ୟମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ୨୯ କୋଟି ୪୧ ଲକ୍ଷ ବ୍ୟୟ ବରାଦରେ ୨୪ ଟି ପ୍ରକଳ୍ପର ଲୋକାର୍ପଣ କରିବା ସହିତ ୩୨୬ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟ ବରାଦରେ ୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବଡ଼ବିଲ ସହର ପାଇଁ ଏକ ବାଇପାସ୍ ତଥା ରିଂ ରୋଡର ଦୈର୍ଘ୍ୟ ହେଉଛି ୧୮ କିଲୋମିଟର ୩୨୬ ମିଟର। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ୧୫୮୧ କୋଟି ୨୧ ଲକ୍ଷ ଟଙ୍କା ବିନିଯୋଗ କରାଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ଯୋଡ଼ା, ବାସୁଦେବପୁର ଓ ବଡ଼ବିଲ ଅଂଚଳ ପାଇଁ ୨୯୮ କୋଟି ଟଙ୍କା ବ୍ୟୟରେ ଖୁବ ଶୀଘ୍ର ଏକ ବିଦ୍ୟୁତ ସବ ଷ୍ଟେସନ ନିର୍ମାଣ ହେବ ଏବଂ ୮ ଲେନ ବିଶିଷ୍ଟ ବଡ଼ବିଲ – ପାରାଦ୍ୱୀପ ରାସ୍ତା ନିର୍ମାଣ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆମ ଲୋକଙ୍କ ସୁଖ ଦୁଃଖର ସରକାର ଆଉ କଥା ଦେଇ କଥା ରଖିବାର ସରକାର। ଲୋକଙ୍କୁ ଦେଇଥିବା ଅନେକ କଥା ମଧ୍ୟରୁ ଆଜି ଆଉ ଗୋଟିଏ କଥା ଆମେ ରଖିଛୁ ବୋଲି କହି ମୁଖ୍ୟମନ୍ତ୍ରୀ ସଭାସ୍ଥଳୀକୁ ସମ୍ବୋଧନ କରିଥିଲେ ଏବଂ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ୍ଵାସ ଓ ଉଲ୍ଲାସର ସହ ସ୍ୱାଗତ କରିଥିଲେ।