ଏଥର ସ୍ବାଭାବିକ ଠାରୁ କମ୍‌ ବର୍ଷା:imd

0

ଓଡ଼ିଆ ନ୍ୟୁଜ୍: ଚଳିତ ବର୍ଷ ସ୍ବାଭାବିକ ଠାରୁ କମ୍‌ ବର୍ଷା ନେଇ ଆକଳନ।ଜୁନ୍‌ରୁ ସେପ୍ଟେମ୍ବର ମୌସୁମୀରେ କମ୍‌ ବର୍ଷା ଆକଳନ।ସ୍ବାଭାବିକ ଠାରୁ ୯୫ରୁ ୯୦% LPA ନେଇ ପୂର୍ବାନୁମାନ। ସାଧାରଣତଃ ଏହି ସମୟରେ ହେଉଥିବା ବର୍ଷା (LPA) ତୁଳନାରେ ଏହା କମ୍ । ଦେଶର ଅଧିକାଂଶ ଭାଗରେ କମ୍ ବର୍ଷା ହେବାକୁ ଥିବାବେଳେ ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ସ୍ୱାଭାବିକ ବର୍ଷା ହୋଇପାରେ । ଜୁନ୍ ପରେ ସମୁଦ୍ରରେ ‘ଏଲ୍-ନିନୋ’ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି, ଯାହା ସାଧାରଣତଃ ଭାରତରେ ବର୍ଷାର ପରିମାଣ କମାଇ ଦେଇଥାଏ ।

ଅନ୍ୟପଟେ ଭାରତ ମହାସାଗରରେ ସୃଷ୍ଟି ହେଉଥିବା ‘ଆଇଓଡି’ (IOD) ସ୍ଥିତି ଏବଂ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ କମ୍ ବରଫପାତ ହେବା ବର୍ଷା ପାଇଁ କିଛିଟା ଅନୁକୂଳ ପରିବେଶ ସୃଷ୍ଟି କରିବାର ସମ୍ଭାବନା ମଧ୍ୟ ଅଛି । ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ବର୍ଷା ପରିମାଣ ଟିକେ କମ୍ ରହିପାରେ, ଯେଉଁଥିପାଇଁ ଚାଷୀ ଏବଂ ପ୍ରଶାସନ ସଜାଗ ରହିବା ଜରୁରୀ । ଏ ନେଇ ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଦିଲ୍ଲୀ ବ୍ୟୁରୋ ଚିଫ୍ ଆଶୁତୋଷ ରାଉତ ।

Leave A Reply

Your email address will not be published.