୪ ଦିନରେ ୪ ଡିଗ୍ରୀ ବଢିବ ତାତି !

0

ଓଡ଼ିଆ ନ୍ୟୁଜ୍: ଜଳିବ ଓଡିଶା। ଆଗକୁ ଆହୁରି ତାତି । ପ୍ରବଳ ଖରା ସାଙ୍ଗକୁ ଭୀଷଣ ଗରମ । ଦିନ ଗୋଟାଏ ବେଳକୁ ଦେହ, ହାତ ପୋଡ଼ି ପକାଉଥିଲା । ତାତିର ଜ୍ୱାଳାରେ ମୁଣ୍ଡ ବୁଲାଇଥିଲା । ଇଏ କିଛି ନୁହେଁ, ଆଗକୁ ସ୍ଥିତି ଭୟଙ୍କର।

ମଙ୍ଗଳବାର ଟିଟିଲାଗଡ଼ରେ ୪୫ ଡିଗ୍ରୀ ଛୁଇଁପାରେ ତାତି । ବଲାଙ୍ଗୀର ଓ ଝାରସୁଗୁଡ଼ାରେ ୪୩ ଡିଗ୍ରୀ ରହିବ। ୧୯ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ବହିବ। ଦିନ ତାପମାତ୍ରା ଆହୁରି ବଢ଼ିବ। ଆସନ୍ତା ୪ଦିନରେ ଆହୁରି ୪ଡିଗ୍ରୀ ବଢ଼ିପାରେ । ପାଣିପାଗ ବିଭାଗ ତାତିକୁ ନେଇ ପୂର୍ବାନୁମାନ ଜାରି କରିବା ସହ ଏଭଳି ସତର୍କ କରାଇଛି । ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳ ତାତିରେ କଲବଲ ହେବ । ଉପକୂଳ ଅଞ୍ଚଳରେ ଅପେକ୍ଷାକୃତ କମ୍ ତାତି ଅନୁଭୂତ ହେଲେ ବି ୪୦ ଡିଗ୍ରୀ ପାଖାପାଖି ରହିବ । ଏଠାରେ ଗରମସାଙ୍ଗକୁ ଭୀଷଣ ଗୁଳୁଗୁଳି ହୋଇପାରେ ।

Leave A Reply

Your email address will not be published.