ସରିଲା ରାଜା ସାହାଣୀର ରିମାଣ୍ଡ ଅବଧି

0

ଓଡ଼ିଆ ନ୍ୟୁଜ୍: ସରିଲା ରାଜା ସାହାଣୀର ରିମାଣ୍ଡ ଅବଧି । ଚୌଦ୍ୱାର ଜେଲରୁ ଫେରାର ହୋଇ ପରେ ଗିରଫ ହୋଇଥିବା ରାଜା ସାହାଣୀର ରିମାଣ୍ଡ ଶେଷ ହୋଇଛି । ୭ ଦିନ ରିମାଣ୍ଡରେ ଯିବାକୁ କଟକ ଜେଏମ୍‌ଏଫ୍‌ସି କୋର୍ଟ କର୍ଣ୍ଣାଟକ ପୋଲିସକୁ ଅନୁମତି ପ୍ରଦାନ କରିଥିଲେ । କଡ଼ା ସୁରକ୍ଷାରେ କର୍ଣ୍ଣାଟକ ପୋଲିସ୍ କଟକ ଆଣି ସ୍ଥାନୀୟ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା । ସେପଟେ ଅବଧି ସରି ଯାଇଥିବାରୁ ପୁଣି ଜେଲକୁ ଫେରାଇଛି କର୍ଣ୍ଣାଟକ ପୋଲିସ । ରାଜାକୁ ନିଜ ରାଜ୍ୟକୁ ନେଇ କର୍ଣ୍ଣାଟକ ପୋଲିସ ଜେରା କରିଛି ।

ଚୌଦ୍ବାର ଜେଲ୍‌ରୁ ଫେରାର ହେବା ପରେ ମହୀଶୂରରେ ଏକ ଗହଣା ସୋରୁମରୁ ୨୦ କୋଟିର ଗହଣା ଡକାୟତି ମାମଲାରେ ରାଜା ସାହାଣୀ ସଂପୃକ୍ତ ରହିଥିଲା । ଅଧିକ ପଚରା ଉଚରା କରି କର୍ଣ୍ଣାଟକ ପୁଲିସ ତାଠାରୁ ଡକାୟତି ଲିଙ୍କ୍ ଗୁମର ଖୋଲିଥବ । ଖାଲି ସେତିକି ନୁହେଁ ରାଜା ସାହାଣୀ ଠାରୁ ପୂରା କ୍ରାଇମ ସିଣ୍ଡିକେଟ ପଛରେ କେଉଁମାନେ ସବୁ ଅଛନ୍ତି, ସେନେଇ ଅଧିକ ତଥ୍ୟ କାଢ଼ି ଥାଇପାରେ କର୍ଣ୍ଣାଟକ ପୋଲିସ । ତେବେ ଜେଲକୁ ଫେରିଥିବା ରାଜାକୁ ଆଗାମୀ ଦିନରେ କମିଶନରେଟ ପୋଲିସ ହୁଏତ

Leave A Reply

Your email address will not be published.