୧୪ ଶିଶୁ ନିଖୋଜ; ଆର୍‌ଡିସିଙ୍କ ତଦନ୍ତ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍: ଏସ୍‌ସବି ମେଡିକାଲ୍‌ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଶିଶୁ ନିଖୋଜ ଘଟଣା। ଏସ୍‌ସିବି ଅଧୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି। ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶନାମା। କାର୍ଯ୍ୟାନୁଷ୍ଠାନ ପରେ ଆର୍‌ଡିସିଙ୍କ ଅଫିସ୍‌କୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶରେ ଉଲ୍ଲେଖ। ଅସହାୟ ତଥା ମାନସିକ ଅନଗ୍ରସରଙ୍କ ଶିଶୁ ନିଖୋଜ ନେଇ ଅଭିଯୋଗ। ଗତ ୬ ବର୍ଷରେ ୧୪ ଶିଶୁଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ ପରେ ତନାଘନା।

୨୦୧୯ରୁ ୨୦୨୬ ମଧ୍ୟରେ ଅସହାୟ ଓ ମାନସିକ ବିକାରଗ୍ରସ୍ତ ମହିଳାଙ୍କଠାରୁ ଜନ୍ମିତ ୧୬ ଶିଶୁଙ୍କର ଖୋଜଖବର ମିଳୁନାହିଁ।ସୂଚନା ଅଧିକାର ଆଇନ (RTI) ବଳରେ ସ୍ୱେଚ୍ଛାସେବୀମାନେ ଏହି ସାଂଘାତିକ ତଥ୍ୟ ଉଜାଗର କରିଛନ୍ତି।ମେଡିକାଲ ତଥ୍ୟ ଅନୁସାରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୧୪ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ।ଗତ ୭ ତାରିଖରେ ନ୍ୟୁଜ ସେଭେନରେ ଏହି ତଥ୍ୟ ସମ୍ବଳିତ ଖବର ପ୍ରସାରିତ ହେବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ।କେନ୍ଦ୍ରାଞ୍ଚଳ ଆର ଡି ସି ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଏସ୍ ସି ଵି ଅଧିକ୍ଷକଙ୍କୁ ଚିଠି ଲେଖିଛନ୍ତି। ପୂରା ଘଟଣାର ତଦନ୍ତ କରି ଏକ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କଟକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ମେଡିକାଲରେ ପହଞ୍ଚି ନଥିପତ୍ର ଯାଞ୍ଚ କରିଛନ୍ତି। ଶିଶୁମାନଙ୍କୁ କାହାକୁ ହସ୍ତାନ୍ତର କରାଯାଇଛି ଏବଂ ସେମାନେ ଏବେ କେଉଁଠି ଅଛନ୍ତି, ସେ ନେଇ ସବିଶେଷ ତଥ୍ୟ ମଗାଯାଇଛି।

Leave A Reply

Your email address will not be published.