ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ବିମାନବନ୍ଦରରେ ‘ଇବୋଲା’ ସତର୍କତା ଜାରି। ସୂଚନା ଦେଲେ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ। ଯାତ୍ରୀଙ୍କର ହେବ ଥର୍ମାଲ ସ୍କ୍ରିନିଂ, ୨୧ ଦିନର ଟ୍ରାଭେଲ୍ ହିଷ୍ଟ୍ରି ଯାଞ୍ଚ କରାଯିବ। କାହା ଉପରେ ସନ୍ଦେହ ହେଲେ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଆଧାରରେ ପରୀକ୍ଷା ହେବ।ବ୍ୟାଂକକ୍ରୁ ଫେରୁଥିବା ଯାତ୍ରୀମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି।
ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ସହ ୨୧ ଦିନର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯିବ। ଯଦି କାହା ଉପରେ ସନ୍ଦେହ ହୁଏ, ତେବେ ନିର୍ଦ୍ଦିଷ୍ଟ ଗାଇଡଲାଇନ ଆଧାରରେ ପରୀକ୍ଷା କରାଯିବ। ଆନ୍ତର୍ଜାତିକ ବିମାନବନ୍ଦର ହୋଇଥିବାରୁ ଯାତ୍ରୀଙ୍କ ଯାଞ୍ଚ ଉପରେ ଅଧିକ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି ଏୟାରପୋର୍ଟ ନିର୍ଦ୍ଦେଶକ । ଆମର କେବଳ ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା ରହିଛି । ସେଠାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ସେ କହିଛନ୍ତି ।