ମୋଦିଙ୍କୁ ଭେଟିଲେ ରୁବିଓ

0

ଓଡ଼ିଆ ନ୍ୟୁଜ୍: ୪ ଦିନିଆ ଭାରତ ଗସ୍ତରେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମାର୍କୋ ରୁବିଓ। ଉଭୟଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ୨ ଦେଶ ମଧ୍ୟରେ ଶକ୍ତି, ବାଣିଜ୍ୟ ଓ ନିବେଶକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା।

ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜଭୁତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବଢାଇବା ଉପରେ ଆଲୋଚନା ହୋଇଛି । ବୈଠକ ସମୟରେ ଦୁଇ ନେତାଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି, ଯେଉଁଥିରେ ରଣନୈତିକ ସହଭାଗୀତା, ବାଣିଜ୍ୟ, ସୁରକ୍ଷା ଓ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ବିଚାର ଆଦାନ ପ୍ରଦାନ ହୋଇଛି । ବୈଠକ ଶେଷରେ ରୁବିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହ୍ୱାଇଟ୍ ହାଉସ୍ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ।

ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ଶନିବାର ଏହି ସୂଚନା ଦେଇଛନ୍ତି । ସୋସିଆଲ୍ ମିଡିଆ ପୋଷ୍ଟରେ ଗୋର କହିଛନ୍ତି, ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ୱାଇଟ୍ ହାଉସ୍ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ୨୦୨୫ ଫେବ୍ରୁଆରୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ପରେ ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରୀ ହେବା ପରେ ଏହା ମାର୍କୋ ରୁବିଓଙ୍କ ପ୍ରଥମ ସରକାରୀ ଭାରତ ଗସ୍ତ । ମାର୍କୋ ରୁବିଓ ଭାରତର ତିନୋଟି ପ୍ରମୁଖ ସହର – କୋଲକାତା, ଜୟପୁର ଏବଂ ଆଗ୍ରା ଗସ୍ତ କରିବେ । ଏହି ଗସ୍ତକୁ ଆମେରିକା-ଭାରତ ସମ୍ପର୍କକୁ ଏକ ନୂତନ ଦିଗ ଦେବାର ଏକ ପ୍ରୟାସ ଭାବରେ ଦେଖାଯାଉଛି ।

Leave A Reply

Your email address will not be published.