ଓଡ଼ିଆ ନ୍ୟୁଜ୍: ମେ ୨୬ରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା। ସାମ୍ସ ୱେବସାଇଟରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ।ଜୁଲାଇ ୮ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା। ଜୁଲାଇ ୯ରୁ ୧୫ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା।
SAMS ଅନୁଯାୟୀ, ସାଧାରଣ ଆବେଦନ ଫର୍ମ (CAF) ୨୬ ମଇ, ସକାଳ ୧୧ ଟାରୁ ୮ ଜୁନ୍, ରାତି ୧୧:୪୫ ପର୍ଯ୍ୟନ୍ତ samsodisha.gov.in ରେ ଉପଲବ୍ଧ ହେବ। ଦଶମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ବୃତ୍ତିଗତ ଷ୍ଟ୍ରିମ୍ ପାଇଁ ଆବେଦନ କରିପାରିବେ।
ଜୁଲାଇ ୨୦୨୬ ରେ ଶ୍ରେଣୀ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଆବେଦନକାରୀମାନଙ୍କୁ ଦଶମ ଶ୍ରେଣୀ ମାର୍କ ସିଟ୍, ଆଧାର, ଫଟୋଗ୍ରାଫ୍ ଏବଂ ପ୍ରାସଙ୍ଗିକ ପ୍ରମାଣପତ୍ର ଅପଲୋଡ୍ କରିବାକୁ ପଡିବ । ଚୟନ ଯୋଗ୍ୟତା, ସଂରକ୍ଷଣ ଏବଂ ପସନ୍ଦ ଉପରେ ଆଧାରିତ ହେବ ।