ଓଡ଼ିଆ ନ୍ୟୁଜ୍: ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)କୁ ସମର୍ଥନ। ଭାରତୀୟ ନିର୍ବାଚନ କମିଶନ (ECI) ନିଷ୍ପତ୍ତିକୁ ସମର୍ଥନ କଲେ ସୁପ୍ରିମକୋର୍ଟ। CJI ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମର୍ଥନ।ଭୋଟର ତାଲିକାର ସାଧାରଣ ସଂଶୋଧନ ପ୍ରକ୍ରିୟାଠାରୁ SIR ଭିନ୍ନ।ଭୋଟର ତାଲିକାର ସାଧାରଣ ସଂଶୋଧନ ପ୍ରକ୍ରିୟାଠାରୁ SIR ଭିନ୍ନ। SIRକୁ ବୈଧ ଏବଂ ସାମ୍ବିଧାନିକ ଅଭ୍ୟାସ ବୋଲି କହିଲେ ସୁପ୍ରିମକୋର୍ଟ। ଏହି ଅଭ୍ୟାସ ଆଇନଗତ ଭାବରେ କାର୍ଯ୍ୟକାରୀ- ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟଙ୍କ ରାୟ ଏବଂ SIR ସହ ଜଡ଼ିତ ମୁଖ୍ୟ ପ୍ରସଙ୍ଗ:
୧. ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ
ଅବାଧ ଓ ମୁକ୍ତ ନିର୍ବାଚନ: ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନର ସିଧାସଳଖ ସମ୍ପର୍କ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ସହ ରହିଛି। ସମ୍ବିଧାନ ଏବଂ ଜନପ୍ରତିନିଧି ଆଇନ ଅଧୀନରେ ନିର୍ବାଚନ କମିଶନଙ୍କ ପାଖରେ ଭୋଟର ତାଲିକା ସଂଶୋଧନ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।
ନ୍ୟାୟସଙ୍ଗତ ପ୍ରକ୍ରିୟା: କୋର୍ଟ ECI ଦ୍ୱାରା ଆପଣାଯାଇଥିବା କାର୍ଯ୍ୟପନ୍ଥାକୁ ସମର୍ଥନ କରି କହିଛନ୍ତି ଯେ ଏହା ଏକ ବୈଧ ଏବଂ ସାମ୍ବିଧାନିକ ଉଦ୍ଦେଶ୍ୟ ଉପରେ ଆଧାରିତ। ସମସ୍ୟାର ଜଟିଳତା, ଅଭିଯାନର ବ୍ୟାପକତା ଏବଂ ଏଥିରେ ଥିବା ସୁରକ୍ଷା ନିୟମକୁ ଦେଖିଲେ, ଏହି ପଦକ୍ଷେପକୁ କଦାପି ଅସଙ୍ଗତ ବା ଅଯୌକ୍ତିକ ବୋଲି କୁହାଯାଇପାରିବ ନାହିଁ।