ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ରାଜନୀତି: ଜଗନ୍ନାଥଙ୍କ ମୂର୍ତ୍ତିକୁ ଧରି ସରକାରଙ୍କୁ ସମାଲୋଚନା କଲେ ସମ୍ବିତ ପାତ୍ର

0

ଓଡିଆ ନ୍ୟୁଜ୍(ବ୍ୟୁରୋ) ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ରାଜନୀତି। ଗତକାଲି ଦିଲ୍ଲୀ। ଆଜି ପୁରୀରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଐତିହ୍ୟ କରିଡ଼ରକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ଆଜି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ମୂର୍ତ୍ତିକୁ ଧରି ପରିକ୍ରମା ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରିଛନ୍ତି । ଏହା ସହ ଏଏସ୍‌ଆଇର ବିନା ଅନୁମତିରେ ବେଆଇନ ଭାବେ କାର୍ଯ୍ୟ ହେଉଥିବାରୁ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ସେପଟେ ପ୍ରକଳ୍ପକୁ ସମର୍ଥନ କରିଛନ୍ତି ବରିଷ୍ଠ ସେବାୟତ । ମାମଲା ହାଇକୋର୍ଟରେ ଥିବା ବେଳେ ପ୍ରକଳ୍ପ କାର୍ଯ୍ୟକୁ ନେଇ ରାଜନୀତି କରିବା ଅନୁଚିତ ବୋଲି କହିଛନ୍ତି ସେବାୟତ । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଞ୍ଚଳର ବହୁ ଲୋକ ସ୍ୱେଚ୍ଛାକୃତ ଭାବେ ଜମି ଦାନ କରିଛନ୍ତି । ସହରର ୯୦ ପ୍ରତିଶତ ଲୋକ ପ୍ରକଳ୍ପକୁ ସ୍ୱାଗତ କରୁଛନ୍ତି । କିନ୍ତୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଉ ଏବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରକଳ୍ପକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ସେବାୟତ ।

Leave A Reply

Your email address will not be published.