ଶ୍ରୀମନ୍ଦିର ଐତିହ କରିଡର କାମକୁ ନେଇ ବର୍ଷିଲା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ, ଗାତ ଖୋଳା ବନ୍ଦ ନହେଲେ ଆନ୍ଦୋଳନର ଦେଲା ଚେତାବନୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ରେ ସରକାର ତୁରନ୍ତ ପଦକ୍ଷେପ ନନେଲେ ସୁପ୍ରିମକୋର୍ଟ ଯିବୁ। ଦୀର୍ଘ 15 ଦିନ ହେବ ମୁଁ ଓଡ଼ିଆ , ଶ୍ରୀ ଜଗନ୍ନାଥ ମୋ ପରିଚୟ ଅଭିଯାନ ଆରମ୍ଭ ହୋଇଛି। ବାଲିର ଗଦା ଉପରେ ମନ୍ଦିର ଆବସ୍ଥିତି। ଭକ୍ତଙ୍କ ସେବା ପାଇଁ ହେଉଥିବା କାର୍ଯ୍ୟ ଏବଂ ସୌନ୍ଦର୍ଯ୍ୟ କରଣ କୁ ବିରୋଧ କରାଯାଉନାହିଁ। 15 ଫୁଟ 20 ଫୁଟ ଗାତ ଖୋଲି କାମ ଖନନ ଯୋଗୁ କରାଯାଉଥିବାରୁ ମନ୍ଦିର ପ୍ରତି ବିପଦ ରହିଛି। ପୂର୍ବରୁ ମାଟି ଥିଲା । ଏବେ ବାଲି ଫିଲିଂ କରାଯାଉଛି। ଯାହା ଫଳରେ ପାଣି ତଳକୁ ଯିବା ମନ୍ଦିର ପ୍ରତି ରହିଛି।

ତୁରନ୍ତ ବନ୍ଦ ନହେଲେ ଆନ୍ଦୋଳନ ତୀବ୍ର ହେବ। ଆନ୍ଦୋଳନ ଗାଁ ଗାଁ କୁ ଯିବୁ । ସରକାର ବିଚାର ନକଲେ ଦୁଇ ଦିନ ଭିତରେ ସୁପ୍ରିମକୋର୍ଟ ଙ୍କ ଦ୍ୱାରସ୍ଥ ହେବୁ। ଆଇନ ସମସ୍ତେ ସହଯୋଗ କରନ୍ତୁ । ହାଇକୋର୍ଟ ଙ୍କ ଶୁଣାଣି ସରକାର ଙ୍କୁ ସୁହାଇବା ଭଳି। ସରକାର ତଥ୍ୟ ଲୁଚାଇଥିବା ଅଭିଯୋଗ ନେଇ ସୁପ୍ରିମକୋର୍ଟ ଯିବୁ ।

Leave A Reply

Your email address will not be published.