ଭୁବନେଶ୍ବରରେ ହୋଲ୍ଡିଂ ଟେକ୍ସ ଆଦାୟ ଏବେ ଅନଲାଇନରେ ହେବ,ଖିଲାପିଙ୍କ ଠାରୁ ରାଜସ୍ୱ ଆଦାୟ କରିବେ କିନ୍ନର

0

କେନ୍ୟୁଜ୍(ବ୍ୟୁରୋ):  ଅନଲାଇନ ଟିକସ ଆଦାୟ ଉପରେ ବିଏମସିର ଗୁରୁତ୍ୱ। ଭୁବନେଶ୍ୱର ଡଟ ମି ଆପ ଜରିଆରେ ଅନଲାଇନରେ ଏକାଧିକ ସେବା ଯୋଗାଇଆସୁଛି ବିଏମସି। ଭୁବନେଶ୍ୱରବାସୀ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ଫଳରେ ଏଣିକି ହୋଲ୍ଡିଂ ଟେକ୍ସ ଅଫଳାଇନ ପରିବର୍ତ୍ତେ କେବଳ ଅନଲାଇନ ମାଧ୍ୟମରେ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି ବିଏମସି। ଗତ ଆର୍ଥିକ ବର୍ଷରେ ମୋଟ 150କୋଟି ରାଜସ୍ୱ ଆଦାୟ ମଧ୍ୟରୁ ଶତକଡା 50ଭାଗରୁ ଅଧିକ ରାଜସ୍ୱ ଅନଲାଇନ ମାଧ୍ୟମରେ ସଂଗ୍ରହ ହୋଇଛି। ଯାହା ବିଏମସି କର୍ତ୍ତୃପକ୍ଷଙ୍କୁ ଅଧିକ ପ୍ରୋତ୍ସାହିତ କରିଥିବା କହିଛନ୍ତି ବିଏମସି କମିଶନର। ସେହିଭଳି ବଡ଼ ବଡ଼ ଖିଲାପିଙ୍କ ବିରୋଧରେ ସାର୍ଟିଫିକେଟ କେଶ କରି ରାଜସ୍ୱ ଆଦାୟ କରାଯିବ। ଏହାଦ୍ୱାରା ବିଏମସିର ଟେକ୍ସ ଆଦାୟ କ୍ଷେତ୍ରରେ ନିୟୋଜିତ ୱାର୍ଡ ଅଫିସର ଓ ଟେକ୍ସ କଲେକ୍ଟର ମାନଙ୍କ ସହିତ ରାଜଧାନୀବାସୀଙ୍କୁ ସହଜ ହେବ।

ଅନଲାଇନ ମାଧ୍ୟମରେ ଟେକ୍ସ ଆଦାୟ ପାଇଁ 3ଟି ଯୋନର ୱାର୍ଡ ଅଫିସର ଓ ଟେକ୍ସ କଲେକ୍ଟରମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ ସହ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସାର୍ଟିଫିକେଟ କେଶ କରିବା କ୍ଷମତା କେବଳ ଜୋନାଲ ଡେ଼ପୁଟି କମିଶନରମାନଙ୍କର ଥିବା ବେଳେ ବିଏମସି ମୁଖ୍ୟାଳୟରେ ଥିବା ଡେ଼ପୁଟି କମିଶନରମାନଙ୍କୁ କ୍ଷମତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି। ସେହିଭଳି କିନ୍ନର ଗୋଷ୍ଠୀଙ୍କ ମାଧ୍ୟମରେ ବଡ଼ ବଡ଼ ଖିଲାପିଙ୍କ ଠାରୁ ରାଜସ୍ୱ ଆଦାୟ ଜାରି କରାଯିବ।

Leave A Reply

Your email address will not be published.