ସାବଧାନ ଚାଳକ ! କାର ଭିତରେ ବ୍ଲୁଟୁଥ୍ ଅନ କରି କଥାହେବା ଓ ଗ୍ଲାସରେ କଳା ଫ୍ଲିଲ୍ମ ଲାଗିଇଥିଲେ କଟିବ ଚାଲାଣ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ହୁସିଆର କାର ଚଲାଇବା ସମୟରେ କାର ଭିତରେ ସ୍ପିକରରେ କଥା ହୋଇ ଯାଉଛନ୍ତି କି? ହୋଇଯାନ୍ତୁ ସତର୍କ, ଆପଣଙ୍କୁ ଫାଇନ କାଟିବ କମିଶନରେଟ୍ ପୋଲିସ। ବ୍ଲୁଟୁଥରେ କଥା ହେବା ଓ କଳାକାଚ ବ୍ୟବହାର‌ କରିବା କାର‌ ଚାଳକଙ୍କ ପାଇଁ କମିସନରେଟ ପୋଲିସର ସ୍ପେଶାଲ ଡ୍ରାଇଭ। ରାଜଧାନୀର‌ ବିଭିନ୍ନ ଛକରୁ 51ଟି ଗାଡିକୁ ଫାଇନ‌ କଟିଲା କମିସନରେଟ ପୋଲିସର ଟ୍ରାଫିକ ପୋଲିସ। ଟିଣ୍ଟେଡ ଗ୍ଲାସ ନେଇ 2012 ମେ 4ରେ ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶ ରହିଥିଲା‌। ଏପରି ଟିଣ୍ଟେଡ ଗ୍ଲାସ ବ୍ୟବହାରକାରୀମାନେ କାରରେ ଅନୈତିକ କାର୍ଯ୍ୟକଳାପ ଯଥା ଅପହରଣ, ଯୁବତୀ ଚୋରା ଚାଲାଣ, ଦୁଷ୍କର୍ମ ବା ଅସଦାଚରଣ ଭଳି ମାମଲା ଘଟାଇପାରନ୍ତି ।

କାରରେ କଳା ପରଦା ଲାଗିଥିବା ଯୋଗୁଁ କାର ଭିତର ସ୍ପଷ୍ଟ ଭାବେ ଦେଖା ଯାଇନଥାଏ । ଫଳରେ ଏଭଳି ଅପରାଧୀଙ୍କ ଚେହେରା ଚିହ୍ନଟ କରିବାରେ ସମସ୍ୟା ଉପୁଜିପାରେ । ତେଣୁ ଏସବୁ ଅପରାଧକୁ ରୋକିବା ଦିଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।କାରରେ କଳାକାଚ ବ୍ୟବହାରୀଙ୍କ ସଂପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକାରରେ କଳାକାଚ ବ୍ୟବହାରୀଙ୍କ ସଂପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.