ମସଜିଦ୍‌ରୁ ମିଳିଲା ଶିବଲିଙ୍ଗ, ତୁରନ୍ତ ସିଲ୍ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

0

ନୂଆଦିଲ୍ଲୀ( ଓଡ଼ିଆ ନ୍ୟୁଜ୍‌): ଜ୍ଞାନବାପି ମସଜିଦ୍‌ର ସର୍ବେକ୍ଷଣ ସୋମବାର ଶେଷ ହୋଇଛି। ତୃତୀୟ ଦିନରେ ଏକ କୂଅରୁ ଶିବଲିଙ୍ଗ ମିଳିଥିବା ସୂଚନା ମିଳିଛି। ଓକିଲ ବିଷ୍ଣୁ ଜୈନଙ୍କ ସୂଚନା ପରେ ବାରଣାସୀ କୋର୍ଟ ଏବେ ସେହି ସ୍ଥାନକୁ ସିଲ୍ କରିବା ପାଇଁ ଆଦେଶ ଦେଇଛନ୍ତି। କୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁଠାରେ ଶିବଲିଙ୍ଗ ମିଳିଛି ସେହି ସ୍ଥାନକୁ ସିଲ୍ କରନ୍ତୁ ଏବଂ କୌଣସି ବ୍ୟକ୍ତିଙ୍କୁ ସେଠାକୁ ଯିବାକୁ ଦିଅନ୍ତୁ ନାହିଁ। ଏହାର ଦାୟିତ୍ୱ ଜିଲ୍ଲା ପ୍ରଶାସନ ଏବଂ ସିଆରପିଏଫକୁ ଦିଆଯାଇଛି। ଏଥିରେ ବ୍ୟତିକ୍ରମ ଘଟିଲେ ପୁଲିସ କମିଶନର ଏବଂ ସିଆରପିଏଫ୍ କମାଣ୍ଡାଣ୍ଟ ବ୍ୟକ୍ତିଗତ ପାଇଁ ଭାବେ ଦାୟୀ ରହିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ରବିବାର ୬୫% ସର୍ବେକ୍ଷଣ କାର୍ଯ୍ୟ ଶେଷ ହୋଇଥିଲା। କଡ଼ା ନିରାପତ୍ତା ମଧ୍ୟରେ ସୋମବାର ସକାଳେ ୫୮ଜଣ ସଦସ୍ୟବିଶିଷ୍ଟ ସର୍ବେକ୍ଷଣ ଟିମ୍ ଆଡ୍ଭୋକେଟ୍ କମିସନର୍ ବିଶାଳ ସିଂହଙ୍କ ନେତୃତ୍ବରେ ମସ୍ଜିଦ୍ ପରିସରରେ ପ୍ରବେଶ ସର୍ବେକ୍ଷଣ କରିଥିଲେ। ତୃତୀୟ ତଥା ଶେଷ ଦିନରେ ସର୍ଭେ କାର୍ଯ୍ୟ ଶେଷ କରିବା ପରେ ହିନ୍ଦୁ ପକ୍ଷ ଶିବଲିଙ୍ଗ ମିଳିବା ନେଇ ଦାବି କରିଥିଲେ। ହିନ୍ଦୁ ପକ୍ଷ ଅନୁଯାୟୀ, ବାଜୁଖାନାରୁ ଜଳ ନିଷ୍କାସିତ ହେବା ମାତ୍ରେ ସେଠାରେ ୧୨.୮ ଫୁଟର ଏକ ଶିବଲିଙ୍ଗ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ମୁସଲିମ ପକ୍ଷ ଓକିଲ ଏହି ଦାବିକୁ ଅସ୍ୱିକାର କହିଛନ୍ତି।

Leave A Reply

Your email address will not be published.