ଶ୍ରୀମନ୍ଦିର ପରିକ୍ରମାକୁ ନେଇ ସାଂଘାତିକ ଷଡଯନ୍ତ୍ର: ଅପରାଜିତା ଷଡଙ୍ଗୀ ପ୍ରେସମିଟ କରି କହିଲେ ଗୋଟିଏ ଲୋକକୁ ୩ ଦାୟିତ୍ବ କିଏ ଦେଲା?

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରେସ ମିଟ୍। ରାଜ୍ୟ ସରକାରଙ୍କୁ ଆଙ୍ଗଠି ଉଠାଇ ଅପରାଜିତା ସିଧା ପ୍ରଶ୍ନ କରିଛନ୍ତି କି ଜଣେ ବ୍ୟକ୍ତିଙ୍କୁ ତିନୋଟି ଦାୟିତ୍ଵ ମିଳୁଛି କେମିତି? ଉଦ୍ଦେଶ୍ୟ ମୂଳକ ଭାବରେ ଜଣେ ବ୍ୟକ୍ତିଙ୍କୁ ତିନୋଟି ଦାୟିତ୍ଵ ଦେଇଛନ୍ତି ରାଜ୍ୟସରକାର।
ଓଡିଶା ବ୍ରିଜ୍ କନଷ୍ଟ୍ରକ୍ସନ କର୍ପୋରେସନ(OBCC) ମାଧ୍ୟମରେ SJTA କାମ କରୁଛି। SJTA ର ଯିଏ ମୁଖ୍ୟ ପ୍ରଶାସକ ଅଛନ୍ତି ସିଏ OBCCର ଅଧ୍ୟକ୍ଷ ବି ଅଛନ୍ତି ଏବଂ ପୂର୍ତ୍ତ ବିଭାଗର ସଚିବ ବି ଅଛନ୍ତି। ଜଣେ ଲୋକ ତିନିଟା ଭୂମିକାରେ ରହିବେ ଏହା ସଂଯୋଗ ନୁହଁ, ଏହା ସୁଚିଞ୍ଚିତ ଷଡ଼ଯନ୍ତ୍ର। ଯିଏ ଟେଣ୍ଡର ଡାକୁଛନ୍ତି, ଯିଏ ପଇସା ଦେଉଛନ୍ତି ଆଉ ଯିଏ ନେଉଛନ୍ତି ସେହି ଜଣେ ଲୋକ। ସବୁ ପ୍ରକାର ନିୟମର ଉଲଂଘନ କେମିତି ହେଲା? ଯଦି ସୁଚିଞ୍ଚିତ ଷଡ଼ଯନ୍ତ୍ର ହେଇ ନଥାନ୍ତା ତାହେଲେ ଏମିତି ହେଲା କେମିତି? ୪ ନଭେମ୍ବର ୨୦୧୯ ସର୍ବୋଚ୍ଚ ନ୍ୟାୟାଳୟର ଗୋଟିଏ କେସ ଆସିଲା, ପାରା ୫୬ ରେ ଓଡ଼ିଶା ସରକାରଙ୍କୁ ଗୋଟିଏ ନିର୍ଦ୍ଦେଶ ଦେଇଛନ୍ତି ଜଣେ ଲୋକଙ୍କୁ SJTAର ମୁଖ୍ୟ ସ୍ଥାୟୀ ପ୍ରଶାସକ ରହିବେ କେଉଁ ହିସାବରେ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟର କଥାକୁ ଅବମାନନା କରୁଛନ୍ତି। ଏସବୁର ଉତ୍ତର ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି ଅପରାଜିତା।

 

Leave A Reply

Your email address will not be published.