ପୁଅକୁ ପୁଅ ବାହା କଲେ ପିଲା ଜନ୍ମ ହେବ କି? ଜାଣନ୍ତୁ ଏମିତି କାହିଁକି କହିଲେ ବିହାର ମୁଖ୍ୟମନ୍ତ୍ରୀ

0

ପଟନା(ଓଡ଼ିଆ ଟିଭି ): ବୁଧବାର ଏକ ସଭାରେ ବିହାର ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ପୁଅକୁ ପୁଅ ବାହାକଲେ ପିଲା ଜନ୍ମ ହେବ କି?ଯାହା ଶୁଣିବା ମାତ୍ରେ ନୀତିଶ ଏମିତି କାହିଁକି କହିଲେ ବୋଲି କାରଣ ଜାଣିବାର ଉତ୍କଣ୍ଠା ସମସ୍ତଙ୍କ ମନରେ ଥିବ । ହଁ ଆଜ୍ଞା କହିରଖୁ କି ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଲୋକଙ୍କୁ ସଚେତନ କରିବା ସହ ଏଭଳି ପ୍ରଶ୍ନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଯୌତୁକ ପ୍ରଥାକୁ ସମାଲୋଚନା କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ଝିଅକୁ ବିବାହ କରିବା ପାଇଁ ଯୌତୁକ ମାଗିବା ଠାରୁ ଖରାପ କାମ ଆଉ କିଛି ହୋଇପାରିବ ନାହିଁ। ବିବାହ ହେଲେ ହିଁ ଗୋଟିଏ ସନ୍ତାନ ଜନ୍ମ ହେବ, ନୁହେଁ କି? ଯଦି ଗୋଟିଏ ପୁଅ ଗୋଟିଏ ପୁଅକୁ ବିବାହ କରେ, ତେବେ ପିଲା ଜନ୍ମ ହେବେ କି? ଆପଣମାନେ ଗୋଟିଏ ଝିଅକୁ ବିବାହ କଲେ ଯାଇ ସନ୍ତାନ ପାଇପାରିବେ। ହେଲେ ଆପଣଙ୍କୁ ସନ୍ତାନ ଦେଉଥିବା ଝିଅକୁ ବିବାହ କରିବା ପାଇଁ ଆପଣ ଯୌତୁକ କେମିତି ମାଗୁଛନ୍ତି? ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ମନ୍ତବ୍ୟ ପାଟନାରେ ନୂତନ ବାଳିକା ହଷ୍ଟେଲର ଉଦଘାଟନ ଅବସରରେ ଦେଇଛନ୍ତି। ଏହି ଅବସରରେ ନୀତୀଶ ଏହା ମଧ୍ୟ କହିଛନ୍ତି ଯେ ଆମ ସମୟରେ କଲେଜରେ ଝିଅ ନ ଥିଲେ। କିନ୍ତୁ ଆଜି ଝିଅମାନେ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ହେଉ କିମ୍ବା ରକେଟ୍ ବିଜ୍ଞାନ, ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି।

Leave A Reply

Your email address will not be published.