ଓଡିଆ ନ୍ୟୁଜ୍(ବ୍ୟୁରୋ): ଡିଜେଲ୍ ଦର କମିବା ପରେ ପରିବହନ ଗୁରୁବାର ଦିନ ବସ୍ ଭଡ଼ା କମାଯାଇଛି। । ବସଭଡ଼ା ହ୍ରାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପିଛା ୩ ପଇସା କମିଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ାରେ ୬ ପଇସା ଓ ସୁପର ପ୍ରିମିୟମ୍ ବସରେ ଭଡ଼ା ୯ ପଇସା ହ୍ରାସ ହୋଇଛି । ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୯୨ ପଇସାରୁ ୮୯ପଇସାକୁ ହ୍ରାସ ।
ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୯୬ ପଇସାରୁ ୯୩ ପଇସାକୁ କମିଛି । ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ଏକ ଟଙ୍କା ୩୫ ପାଇସାରୁ ଏକ ଟଙ୍କା ୨୯ ପଇସାକୁ ହ୍ରାସ ଘଟିଛି । ସେହିପରି ଏ.ସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ଏକ ଟଙ୍କା ୬୩ ପଇସାରୁ ଖସି ଏକ ଟଙ୍କା ୫୭ ପଇସା ହେଲା । ସୁପର ପ୍ରିମିୟମ ଫେୟାର କିଲୋମିଟର ପ୍ରତି ୨ ଟଙ୍କା ୫୩ ପଇସାରୁ ୨ଟଙ୍କା ୪୪ ପଇସାକୁ ଖସିଛି । ଆଜିଠାରୁ ଏହି ଭଡ଼ା ଲାଗୁ ହେବ ।