ଓଡିଆ ନ୍ୟୁଜ୍(ବ୍ୟୁରୋ): ନେପାଳ ଯାତ୍ରୀବାହୀ ବିମାନ ନିଖୋଜ ଘଟଣା । 22 ଜଣ ଯାତ୍ରୀଙ୍କ ନେଇ ଉଡାଣ ଭରିଥିବା ଟ୍ବିନ ଇଞ୍ଜିନ 9 NAET ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଆଶଙ୍କା କରାଯାଉଛି । ବିମାନରେ 4 ଭାରତୀୟ ଥିବା ସୂଚନା । ତନ୍ମଧ୍ୟରୁ ଓଡ଼ିଶାର ଅଶୋକ ତ୍ରିପାଠୀଙ୍କ ପରିବାର ନିଖୋଜ ଅଛନ୍ତି । ତାଙ୍କ କେୟାରଟେକର ଟିକନ ସାମଲଙ୍କ କହିବା ଅନୁଯାୟୀ ସେ ଭୁବନେଶ୍ବର ଜୟଦେଵ ବିହାର ଗଙ୍ଗାଧର ନଗର ଏଚାଆଇଚି ୫ନଂରେ ରୁହନ୍ତି । ସେ ମେ ମାସ ୨୬ ତାରିଖରେ ମୁମ୍ବାଇ ତାଙ୍କ ପତ୍ନୀଙ୍କ ପାଖକୁ ଯାଇଥିଲେ ।ଦୀର୍ଘ ୩ ବର୍ଷ ପରେ ସେ ତାଙ୍କ ପରିବାର କୁ ଦେଖା କରିବାକୁ ଯାଇଥିଲେ ।
ସେଠାରୁ ତାଙ୍କ ପରିବାର ସହିତ ନେପାଳ ବୁଲିବାକୁ ଯିବାର ଥିଲା । କିନ୍ତୁ ଆଜି ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ ।ତାଙ୍କ ଭାଇ ବନ୍ଧୁ ବର୍ଗ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନାହିଁ । ତାଙ୍କ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରୁନାହିଁ । ଅଶୋକ ଇନଫୋସିଟି ରେ କାର୍ଯ୍ୟରତ ଥିଲେ ।