ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସାନଉଡେନ ପଡ଼ିଆ ନିକଟରେ ପୁଲିସ ଅତର୍କିତ ଭାବେ ଚଢଉ କରି ୪୭୬ ବୋତଲ କଫ ସିରଫ୍, ୭୫୦୦ ଟଙ୍କା, ୩ଟି ବାଇକ୍ ଜବତ୍ କରିଛି। ବେଆଇନ କାରବାର ସହିତ ସଂଶ୍ଲିଷ୍ଟ ୩ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ରଶ୍ମିରଞ୍ଜନ ବରିହା (୨୯), ରମେଶ ବରିହା(୨୬) ଓ ଶେଷଦେବ ସେଠ(୨୯)। ମିଳିଥିବା ସୂଚନା ଅନୁଯାୟୀ, ଖପ୍ରାଖୋଲ ବ୍ଲକ ଗାଁଭଟଲି ଗ୍ରାମର ରଶ୍ମିରଞ୍ଜନ ବରିହା ଓ ରମେଶ ବରିହା ନିଜ ନିଜ ବାଇକ ଯୋଗେ ଆସି ସାନଉଡେନ ଗ୍ରାମର ପଡ଼ିଆ ନିକଟରେ ରହିଥିଲେ। ସେମାନେ ବେଆଇନ ଭାବେ କଫ ସିରଫ ବିକ୍ରି କରିବା ଉଦ୍ଦେଶ୍ୟରେ ସେଠାରେ ଛିଡା ହୋଇଥିବା ସୂଚନା ପାଇ ଖପ୍ରାଖୋଲ ପୁଲିସ ସେଠାରେ ଚଢଉ କରିଥିଲା। ସେମାନଙ୍କ ପାଖରେ ବହୁ ପରିମାଣରେ କଫ ସିରଫ ଥିବା ଦେଖି ସେମାନଙ୍କୁ ପୁଲିସ ଥାନାକୁ ଆଣି ତଲାସୀ ଓ ପଚରା ଉଚରା କରିଥିଲା। ସେମାନଙ୍କ ଠାରୁ ୪୦୦ ବୋତଲ କଫ ସିରଫ, ନଗଦ ୭ହଜାର ୫୦୦ ଟଙ୍କା, ୨ ଗୋଟି ବାଇକ ଜବତ୍ କରିଥିଲା। ଅଧିକ ପଚରା ଉଚୁରା ସମୟରେ ସେମାନଙ୍କ ଠୁ ଆହୁରି ତଥ୍ୟ ପାଇ ଲୁହାସିଂହା ଗ୍ରାମର ଶେଷଦେବ ସେଠ ରଘରେ ଚଢଉ କରି ସେଠାରୁ ୭୬ ବୋତଲ କଫ ସିରଫ ଜବତ୍ କରିଥିବା ଜଣାପଡିଛି। ଏ ସମ୍ପର୍କରେ ଖପ୍ରାଖୋଲ ପୁଲିସ କେସ ନଂ ୪୨/୨୩ ରେ ଏକ ମାମଲା ରୁଜୁ କରି ରଶ୍ମିରଞ୍ଜନ, ରମେଶ ଓ ଶେଷଦେବ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ କହିଛନ୍ତି।
ସୂଚନାଯୋଗ୍ୟ ଲରମ୍ଭା ପୁଲିସ ୩୦ ବୋତଲ କଫ୍ ସିରଫ ,୩ ଟ୍ରିପ ନିଶା ବଟିକା ସହ ନଗଦ ୬୪୦୦ଟଙ୍କା ଜବତ୍ କରିବା ସହ ୨ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ତମିଆଁ ପଞ୍ଚାୟତ ଅଏଁଲାତୁଙ୍ଗା ଗ୍ରାମର ସଞ୍ଜବ ପଣ୍ଡା (୩୦) ଓ ଦେଉଲଗାଁ ପଞ୍ଚାୟତ ଘୁମେର ଗାଁ ର ପ୍ରମୋଦ ସାହୁ (୨୦) କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯା,ଇଥିବା ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ସଞ୍ଜିବ ଜଣେ ନୂଆଁ ଗ୍ରାହକଙ୍କୁ ସେମ୍ପୁଲ ଦେଖାଇବା ପାଇଁ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅନିତ ଦୂରରେ ଛିଡା ହୋଇଥିଲା । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଲରମ୍ଭା ପୁଲିସ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ବରେ ଏକ ଟିମ୍ ତାକୁ କାବୁ କରିଥିଲା । ଛାନଭିନ ପରେ ତାଠାରୁ କିଛି କଫ ସିରଫ ପାଇଥିଲା । ଘଟଣା ସ୍ଥଳରୁ ତାଙ୍କୁ ଗିରଫ କରି ଥାନାକୁ ନେଇଥିଲା । ଥାନା ରେ ସଞ୍ଜିବ ଙ୍କୁ ପଚରାଉଚରା ପରେ ଘୁମେର ଗାଁ ର ପ୍ରମୋଦ ସାହୁ ଙ୍କ ଘରେ ଚଢ଼ାଉ କରିବା ସମୟରେ ପୁଲିସ କିଛି କଫ ସିରଫ ସହ ପ୍ରମୋଦ କୁ ଘଟଣା ସ୍ଥଳରୁ ଗିରଫ କରି ଥାନାକୁ ଆଣିଥିଲା ।
ଉଭୟ ଅଭିଯୁକ୍ତ ଙ୍କ ଠାରୁ ୩୦ ବୋତଲ କଫ୍ ସିରଫ ,୩ ଟ୍ରିପ ନିଶା ବଟିକା ଓ ନଗଦ ୬୪୦୦ ଟଙ୍କା ପୁଲିସ ଜବତ କରିଥିଲା । ଆଜି ମଧ୍ୟାହ୍ନ ସମୟରେ ଉଭୟ ଙ୍କ ଡାକ୍ତରି ମାଇନା ପରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା । ପ୍ରକାଶ ଥାଉ କି ଲୁହାସିଂହା ଅଞ୍ଚଳ ର ଜନୈକ କରେକ୍ସ ମାଫିଆ ଙ୍କ ନାମରେ ପୁଲିସ ପକ୍ଷରୁ ଗିରଫ ପରୱାନା ଜାରି କରାଯାଇଥିବା ବେଳେ ଦେଉଳ ଗାଁ ପଞ୍ଚାୟତ ର ତାର ଜଣେ ମୂଖ୍ୟ ସହଯୋଗୀ ବର୍ତ୍ତମାନ ଏହି ରାକେଟ ଚଲାଉଥିଲା।