ଓଡ଼ିଶା 365 (ବ୍ୟୁରୋ): ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁ ପଡ଼ିଲେ ନବମ ଶ୍ରେଣୀ ଛାତ୍ରୀ। ମତ୍ସ୍ୟଜିବୀ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମେଡିକାଲରେ କଲେ ଭର୍ତ୍ତି। ଏଭଳି ଘଟଣା ଘଟିଛି ପାରାଦୀପର ଅଠରବାଙ୍କି ପୋଲ ଉପରେ। ଦିନ ପ୍ରାୟ ଗୋଟାଏ ବେଳେ ଘରକୁ ନଯାଇ ପୋଲ ଉପରେ ସ୍କୁଲ ବ୍ୟାଗ ରଖି ନଦୀକୁ ଡେଇଁ ପଡ଼ିଥିଲେ।
ଛାତ୍ରୀଙ୍କୁ ନଦୀକୁ ଡେଇଁ ପଡ଼ିବା ଦେଖି ସ୍ଥାନୀୟ ଲୋକେ ଓ କିଛି ମତ୍ସ୍ୟଜୀବୀ ତାଙ୍କୁ ଡଙ୍ଗା ଦ୍ବାରା ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅଠରବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ତାଙ୍କ ନାଁ ଖୁସି ଦଳାଇ ବୋଲି ଜଣାପଡ଼ିଛି। ତେବେ କଣ ପାଇଁ ସେ ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁ ପଡ଼ିଲେ ତାହାର କାରଣ ଅସ୍ପଷ୍ଚ ରହିଛି।