ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ବିଧାନସଭା ମୌସୁମୀ ଅଧିବେଶନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ବିଧାନସଭା ମୌସୁମୀ ଅଧିବେଶନ । ଏହାପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବିଧାନସଭା ବାଚସ୍ପତି ନିର୍ବାଚନ ହେବ । ଏଥିପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ ହେବ । ଏବେ ଖାଲି ପଡ଼ିଛି ବାଚସ୍ପତି ଆସନ । ବାଚସ୍ପତି ରେସରେ ଅଛନ୍ତି ପ୍ରଫୁଲ୍ଲ ସାମଲ, ଅମର ଶତପଥୀ ଓ ନୃସିଂହ ସାହୁ । ଭଦ୍ରକ ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ । ୬ ଥରର ବିଧାୟକ । ଲମ୍ବା ରାଜନୈତିକ ଅଭିଜ୍ଞତା ରହିଛି । ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।  ବଡ଼ଚଣା ବିଧାୟକ ଅଛନ୍ତି ଅମର ଶତପଥୀ । ୬ ଥରର ବିଧାୟକ ହେଉଛନ୍ତି ଅମର ଶତପଥୀ । ପୂର୍ବରୁ ମନ୍ତ୍ରୀ ମଧ୍ୟ ରହିଛନ୍ତି । ବାଚସ୍ପତି ପଦ ରେସରେ ତାଙ୍କ ନାଁ ରହିଛି ।

ସେହିପରି ପର୍ଜଙ୍ଗ ବିଧାୟକ ନୃସିଂହ ସାହୁଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି । ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପାଲଲହଡ଼ାରୁ ୨ ଥର ଓ ପର୍ଜଙ୍ଗରୁ ୩ ଥର ବିଧାୟକ । ନବୀନଙ୍କ କ୍ୟାବିନେଟରେ ମନ୍ତ୍ରୀ ବି ଥିଲେ । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ କିଏ ବାଚସ୍ପତି ହେବେ ତାକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା।

Leave A Reply

Your email address will not be published.