ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁମ୍ବାଇରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା କହିଛନ୍ତି, ସେ ଏକ ଆଇସ୍କ୍ରିମ୍ ଭିତରୁ ମଣିଷର କଟା ଆଙ୍ଗୁଳି ପାଇଛନ୍ତି। ମହିଳା ଜଣକ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଅନ୍ଲାଇନ୍ରେ ଆଇସ୍କ୍ରିମ୍ ଅର୍ଡର କରିଥିଲେ। ଏହାକୁ ଖାଇବା ବେଳେ ଏଥିରୁ ମଣିଷର ଆଙ୍ଗୁଳି ବାହାରିଥିଲା।
ସୂଚନା ଅନୁସାରେ ମାଲଦା ଉପକଣ୍ଠରେ ଜଣେ ମହିଳା Yummo ଆଇସକ୍ରିମ ଦୋକାନରୁ ଏକ କୋନ୍ ଆଇସକ୍ରିମ ଅର୍ଡର୍ କରିଥିଲେ। ଅର୍ଡରର କିଛି ସମୟ ପରେ ଆଇସକ୍ରିମ ଡେଲିଭର ହୋଇଥିଲା। କିନ୍ତୁ ଖାଇବା ପାଇଁ ଯେତେବେଳେ ଆଇସକ୍ରିମକୁ ଖୋଲିଥିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ମହିଳା ଜଣକ କହିଛନ୍ତି, ସେ ଆଇସ୍କ୍ରିମ୍ରୁ ଅଧାରୁ ଅଧିକ ଖାଇଛନ୍ତି, କିଛି ଅଲଗା ଅନୁଭବ ହେବାରୁ ସେ ଆଇସକ୍ରିମରେ ମନୁଷ୍ୟର କଟା ଆଙ୍ଗୁଳି ଦେଖିଥିଲେ।
ପୋଲିସ କହିଛି, ଅନଲାଇନରେ ଅର୍ଡର ହୋଇଥିବା ଆଇସ୍କ୍ରିମ୍ କୋଣ ଭିତରୁ ଓରଲେମ ବାସିନ୍ଦା ବ୍ରାଣ୍ଡେନ ସେରାଓ (୨୭) ବୁଧବାର ମଣିଷ ଆଙ୍ଗୁଳିର ଏକ ଖଣ୍ଡ ପାଇଥିଲେ। ଏହା ପରେ ବ୍ରାଣ୍ଡେନ ମଲାଡ ଥାନାରେ ପହଞ୍ଚିଥିଲେ। ମଲାଡ ପୋଲିସ ୟୁମୋ ଆଇସ୍କ୍ରିମ୍ କମ୍ପାନୀ ବିରୋଧରେ ଏକ ମାମଲା ରୁଜୁ କରି ଆଇସ୍କ୍ରିମ୍କୁ ତଦନ୍ତ ପାଇଁ ପଠାଇଛି। ଆଇସ୍କ୍ରିମ୍ରେ ମିଳିଥିବା ମାନବ ଶରୀରର ଅଂଶକୁ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି।