ପେପର୍‌ ଲିକ୍‌ ହୋଇନି କହିଲେ ଶିକ୍ଷା ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚଳିତ NEET UG ରେଜଲ୍ଟ ପ୍ରକାଶ ପାଇବା ପରଠାରୁ ବିବାଦ ଆରମ୍ଭ ହୋଇଛି। ଏଥିରେ ହେରଫେର୍‌ କରାଯାଇଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ନିଟ୍ କାଉନସେଲିଂ ଉପରେ ରୋକ୍ ଲାଗିବନି। ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କରାଯାଇଛି। ତେବେ ନିଟ୍ (NEET) ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି।

ପରୀକ୍ଷାରେ ପେପର୍‌ ଲିକ୍‌ ହୋଇନି। ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଭାରତ ସରକାର ଓ NTA ପ୍ରତିବଦ୍ଧ। ୨୪ ଲକ୍ଷ ଛାତ୍ରଛାତ୍ରୀ ସ୍ୱଚ୍ଛତାର ସହ ପରୀକ୍ଷା ଦେଇଛନ୍ତି। ପେପର ଲିକ୍ ହୋଇନି, କି ହେବାର ଏବେ ଯାଏଁ ପ୍ରମାଣ ମିଳିନି। କେହି ଦୋଷୀ ସାବ୍ୟସ୍ତ ହେଲେ ନିଶ୍ଚୟ ଦଣ୍ଡିତ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ କମିଟି ଗଠନ କରାଯାଇଛି। ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୧୫୬୦ ପିଲାଙ୍କ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମଡେଲ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବୁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଯେଉଁ ଅଭିଯୋଗ ସାମ୍ନାକୁ ଆସିଛି ତାହାର ସମାଧାନ କରିବାକୁ ପ୍ରୟାସ କରାଯିବ। ଏହା ସହିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସୂଚନା ଥାଉକି ଜୁନ୍ ୨୩ ପୁଣି ପରୀକ୍ଷା ହେବ । ଗ୍ରେସ୍ ମାର୍କ ପାଇଥିବା ପରୀକ୍ଷାର୍ଥୀ ପୁଣି ନିଟ୍ ପରୀକ୍ଷା ଦେବେ । ଏହାପରେ ୩୦ ଜୁନ୍‌ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହା ସହିତ ନିଟ୍ କାଉନସେଲିଂ ଉପରେ ରୋକ୍‌ ଲାଗିବନି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

Leave A Reply

Your email address will not be published.