ଚୋରାଚାଲାଣ ବେଳେ ୧୦୮ ପ୍ୟାକେଟ୍ ଗଞ୍ଜେଇ ଜବତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଅଞ୍ଚଳରେ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୦୮ ଗଞ୍ଜେଇ ପ୍ୟାକେଟ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖି ଅବକାରୀ ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି। ସୂଚନା ଅନୁସାରେ, ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲା ଗୁଇନ୍ଦା ବିଭାଗ । ଭଣ୍ଡାରି ପୋଖରୀ ଅଞ୍ଚଳରେ ଏକ ପିକଅପ ଭ୍ୟାନରେ ଏହି ଗଞ୍ଜେଇ ଚାଲଣ ହେଉଥିଲା ।

ବିଭାଗ ପକ୍ଷରୁ ଉକ୍ତ ଭ୍ୟାନ୍ ର ପିଛା କରାଯାଇ ଚୋରାଚାଲାଣକାରୀକୁ ଧରିବାରେ ସଫଳ ହୋଇଥିଲା ଗୁଇନ୍ଦା ବିଭାଗ । ଜବତ କରିବା ସହ ସେଥିରେ ଥିବା ୧୦୮ ଟି ଗଞ୍ଜେଇ ପ୍ୟାକେଟ୍ କୁ ଜବତ କରାଯାଇଛି । ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସିଲା ଆଉ କେଉଁଠି କୁ ଯାଉଥିଲା ଏନେଇ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ।ଭ୍ୟାନ ଭିତରେ ବେଆଇନ ଗଞ୍ଜେଇ ଥିବା ଜଣାପଡ଼ିଥିଲା।

ଭ୍ୟାନ୍‌କୁ ଜବତ କରିବା ସହ ଏଥିରେ ଥିବା ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ପଚରାଉଚରା କରାଯାଉଛି । ଏହି ବେଆଇନ ଗଞ୍ଜେଇ କେଉଁଠାରୁ କେଉଁଠି କୁ ଯାଉଥିଲା ତାର ସୂଚନା ମିଳିପାରିନାହିଁ। କେନ୍ଦ୍ରୀୟ ଆବକାରୀ ଗୁଇନ୍ଦା ଅଧିକ ତଦନ୍ତ ଚଳାଇଛି।

Comments are closed.