ଆରବ ସାଗରରେ ଆସିପାରେ ବାତ୍ୟା

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଅସହ୍ୟ ଗରମ ସାଙ୍ଗକୁ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳ ୯ଟାରୁ ଅପରାହ୍ନ ୨ଟା ମଧ୍ଯରେ ତାପମାତ୍ରା ଅଧିକ ରହୁଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନ ଜୀବନ । ତେବେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଉପରେ ତାପମାତ୍ରା ରହିବ । ଏହାପରେ ପାଗ ବଦଳିବା ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଆରବ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଆସନ୍ତା ୨୪ ଘଣ୍ଟା ଅର୍ଥାତ ଆଜି ରାତି ସୁଦ୍ଧା ଆରବ ସାଗରରେ ଏକ ଲୋ-ପ୍ରେସର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ମଡେଲ ସ୍କାଏ ମେଟ ଅନୁମାନ କରିଛି । ଆରବ ସାଗରର ଦକ୍ଷିଣ ପୂର୍ବ ଅଞ୍ଚଳରେ ଏହା ଘନୀଭୂତ ହେବ । ପରବର୍ତ୍ତୀ ସମୟରେ ଗୋଟିଏ ସପ୍ତାହ ପାଇଁ ଆରବ ସାଗରରେ ଏହା ବଳ ଗୋଟାଇବ । ପରେ ଏହା ତୀବ୍ର ହୋଇ ବାତ୍ଯାର ରୂପ ନେଇପାରେ । ଯଦି ଏହି ବାତ୍ୟାର ରୂପ ନିଏ ତେବେ ଏହାର ନାମ `ତେଜ’ ରହିବ । ତଥାପି, ବହୁତ ଶୀଘ୍ର କୌଣସି ଠୋସ୍ ଆକଳନ କରିବା ସମ୍ଭବ ନୁହେଁ । ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି।

ତେବେ ଯଦି ବାତ୍ୟାରେ ପରିଣତ ହେଲା, ଏହାର ନାଁ ରହିବ ‘ତେଜ୍’ । ଆରବ ସାଗରର ଦକ୍ଷିଣ-ପୂର୍ବ ଭାଗରେ ବିଷୁବୀୟ ଅଞ୍ଚଳ ନିକଟରେ ପାଣିପାଗ ପରିସ୍ଥିତି ସୃଷ୍ଟି ହେଉଛି, ଯାହାକି ଖୁବଶୀଘ୍ର ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ସମୁଦ୍ରର ଦକ୍ଷିଣ-କେନ୍ଦ୍ରୀୟ ଭାଗକୁ ଗତି କରି ଲଘୁଚାପ କ୍ଷେତ୍ର ରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟା ରୂପ ନେବ କି ନା, ତାହା ଏବେ ଠାରୁ କହିହେବ ନାହିଁ । ୨ ଦିନରେ ଏ ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍ କହିଛି ।

Leave A Reply

Your email address will not be published.