ଦୀର୍ଘାୟୁ ହେବ ପାଇଁ ନୂଆ ଉପାୟ

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର :  ଚା, ଅଧିକାଂଶ ଲୋକଙ୍କର ବହୁତ୍ ପସନ୍ଦ ହୋଇଥାଏ । ଆଉ କିଛି ଲୋକ ସକାଳୁ ଚା ନପିଇଲେ ଯେମିତି ତାଙ୍କ ସକାଳ ଆରମ୍ଭ ହିଁ ହୋଇନଥାଏ । ସକାଳୁ ଚା’ ପିଇବା ଦ୍ୱାରା ସତେଜ ଲାଗିଥାଏ ଓ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ ବୋଲି ଅନେକ ଲୋକଙ୍କ ଧାରଣା। । କିଛି ଲୋକଙ୍କୁ ନାଲି ଚା’ , କିଛି ଲୋକଙ୍କୁ ଖିର ଚା’,ତ କିଛି ଲୋକଙ୍କୁ ଗ୍ରୀନ ଟି ପସନ୍ଦ। ନିତିଦିନ ଚା’ ପିଇବା ବହୁ ଲୋକଙ୍କ ଅଭ୍ୟାସ ଅଟେ। ଏହି କାରଣରୁ ଅଧିକାଂଶଙ୍କ ଘରେ ସକାଳ ଚା’ ପ୍ରସ୍ତୁତରୁ ହିଁ ଦିନଟି ଆରମ୍ଭ ହୋଇଥାଏ। ଓ ସନ୍ଧ୍ୟାରେ ମଧ୍ୟ ଚା’ପ୍ରସ୍ତୁତ ହୋଇଥାଏ।ସକାଳର ଚା’ରୁ ଅନେକଙ୍କ ନିଦ ମଧ୍ୟ ଭାଙ୍ଗିଥାଏ।ଏହା ସହ କର୍ମମୟ ଲୋକ ମାନେ ଦିନ ଭିତରେ ୩-୪ ଥର ଚା ପିଇଥାଆନ୍ତି ।

ଆଉ ଚା ମଧ୍ୟ ସ୍ୱାସ୍ଥ୍ୟ ଉପକାରୀ ହୋଇଥାଏ । ତେବେ ଆପଣ ଜାଣନ୍ତି କି ଚା ପିଇଲେ ଦୀର୍ଘାୟୁ ହେବାର ସମ୍ଭାବନା ଅଧିକ ଥାଏ । ତେବେ ଆସନ୍ତୁ ଜାଣିବା ଚା ପିଇଲେ କିପରି ଦୀର୍ଘାୟୁ ହେବେ । ଯେଉଁମାନେ ଚା’ ନ ପିଅନ୍ତି ସେମାନଙ୍କ ତୁଳନାରେ ଦୀର୍ଘାୟୁ ହେବାର ସମ୍ଭାବନା ଅଧିକ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଜାପାନ ଓ ଅନ୍ୟ କେତେକ ସ୍ଥାନରେ ଗ୍ରୀନ ଟି ପିଇବାକୁ ଅଧିକାଂଶ ପସନ୍ଦ କରିଥାଆନ୍ତି। ଗତ କିଛି ଦିନ ତଳେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।

ନିକଟରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ଦିନ ମଧ୍ୟରେ ଥରେ କିମ୍ବା ୨ଥର ଚା’ ପିଉଥିବା ବ୍ୟକ୍ତିଙ୍କ ଆୟୁଷ ଅଧିକ ହୋଇଥାଏ। ଅର୍ଥାତ ଆଦୌ ଚା’ ପିଉନଥିବା ବ୍ୟକ୍ତିଙ୍କ ଆୟୁଷ ଚା’ ପିଉଥିବା ବ୍ୟକ୍ତିଙ୍କ ତୁଳନାରେ ୯ ରୁ ୧୩ ପ୍ରତିଶତ ଆୟୁଷ କମ ହୋଇଥାଏ।
ମାତ୍ର ଦିନ ମଧ୍ୟରେ ଏକ କପ ଚା’ ପିଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସଠିକ ରହିଥାଏ। ଶରୀରକୁ ଏହା ସତେଜ ରଖିବା ସହ ଜଲଦି ଥକ୍କାପଣ ଅନୁଭବ ହୋଇନଥାଏ।

Leave A Reply

Your email address will not be published.