ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାମ ବଳରାମ ରାଉତ ଓ ଘର ନିମାପଡ଼ା ଅଞ୍ଚଳରେ ବୋଲି ସୂତ୍ରରୁ ଜଣାପଡିଛି।ପ୍ରାୟ ୫୦ ଫୁଟ ତଳକୁ ପଡ଼ିବା ପରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ବାହାରି ଯାଇଥିଲା। ତେବେ ସେ କେଉଁ କାରଣରୁ ଗୁମୁଟ ଉପରୁ ଡେଇଁଲେ ତାହାର କାରଣ ଜଣାପଡ଼ିନି। ତେବେ ସିଂହଦ୍ୱାର ପୁଲିସ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ପୁରୀ ସଦର ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ମହିଳା ଜଣଙ୍କ ଆନନ୍ଦ ବଜାର ପଟୁ ସିଂହଦ୍ୱାର ଗୁମୁଟକୁ ଚଢିଥିଲେ। ସେଠାରେ ଉପସ୍ଥିତ ଲୋକ ଓ ସେବାୟତ ଅଟକେଇବା ପରେ ମଧ୍ୟ ମହିଳା ଜଣଙ୍କ ଡେଇଁ ଆତ୍ମହତ୍ୟା କରିଥିଲେ। ପ୍ରଶ୍ନ ଉଠୁଛି ମହିଳା ଜଣଙ୍କ ସିଂହଦ୍ୱାର ଗୁମୁଟକୁ କିପରି ଚଢିକରି ଗଲେ ଏବଂ ସେଠାରୁ ଡେଇଁ ଆତ୍ମହତ୍ୟା କଲେ ସେନେଇ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ମୃତ ଶରୀରକୁ ବ୍ଯବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ଅନ୍ଯପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।