କାହିଁକି ପାଳନ ହୁଏ ଶ୍ରମିକ ଦିବସ; ଜାଣନ୍ତୁ ଶ୍ରମିକ ଦିବସର ଇତିହାସ

0

ଶ୍ରମିକ ଦେହରୁ ଝାଳ ବୁହାଇ ନିଜର ଶ୍ରମ ଦାନ କରି ଦେଶ ତଥା ବିଶ୍ଵ ଗଠନରେ ନିଜର ଅବଦାନ ରଖିଥାନ୍ତି । ମାଟିରୁ ଆକାଶ ପ୍ରତିଟି ନିର୍ମାଣ , ପ୍ରତିଟି ସ୍ଥାପତ୍ୟ ପାଇଁ ପ୍ରଥମେ ସେମାନଙ୍କ ଆବଶ୍ୟକତା ରହିଥାଏ । ଏହି ସେମାନଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ , ମଇ ଦିବସ ବା ଶ୍ରମିକ ଦିବସ । ଆସନ୍ତୁ ଜାଣିବା ଶ୍ରମିକ ଦିବସର ଇତିହାସ ।

ମେ ୧ ତାରିଖକୁ ସାରା ବିଶ୍ୱରେ ଶ୍ରମିକ ଦିବସ ଭାବେ ପାଳନ କରିଯାଏ । ୧୮୮୬ ମସିହାରୁ ଏହି ଦିବସ ପାଳନ କରାଯାଉଛି । ଏହି ଦିବସ ପାଳନ ପଛରେ ରହିଛି ଶ୍ରମିକ ମାନଙ୍କ ସଂଘର୍ଷମୟ ଇତିହାସ । ସେ ସମୟରେ ବିଶ୍ୱର ପୁଞ୍ଜିପତି ବା ମାଲିକ ମାନେ ଶ୍ରମିକ ମାନଙ୍କୁ ମନଇଚ୍ଛା କାମ କରାଉଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ମାନେ ପ୍ରଥମେ ରାସ୍ତାକୁ ଓହ୍ଲାଇ ଦାବି କରିଥିଲେ ଯେ ଦୈନିକ ଶ୍ରମ ନିର୍ଘଣ୍ଟ ୮ ଘଂଟା କରାଯାଉ । ଏହାକୁ ମାଲିକ ମାନେ ଗ୍ରହଣ ନକରିବାରୁ ହଜାର ହଜାର ଶ୍ରମିକ ରାସ୍ତାକୁ ଆସି ଆନ୍ଦୋଳନ କରିଥିଲେ । ହେଲେ ପୁଞ୍ଜିପତି ଶ୍ରେଣୀ ଏହାକୁ ଦମନ କରିଥିଲେ । ଆମେରିକାର ଚିକାଗୋ ଠାରେ ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ବୋମାମାଡ ହୋଇଥିଲା ।

ତାପରେ ଯାହା ଘଟିଲା ତାହା ସବୁ ସୀମା ପାର କରିଗଲା । ବୋମାମାଡ କିଏ କରିଥିଲା ପୋଲିସ ତାର ଅନୁସନ୍ଧାନ ନକରି , ଏହା ଶ୍ରମିକ ମାନଙ୍କ କାମ କହି ଶ୍ରମିକ ମାନଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲା । ଏହି ଗୁଳିଚାଳନାରେ ଆନ୍ଦୋଳନ କରୁଥିବା ୮ ଜଣ ଶ୍ରମିକଙ୍କର ଜୀବନ ଗଲା । ଏଥିରେ କ୍ଷୁବ୍ଧ ହୋଇ ଆନ୍ଦୋଳନକାରୀମାନେ ପୋଲିସ ଉପରେ ପ୍ରତି ଆକ୍ରମଣ କରିବା ଆରମ୍ଭ କରିଦେଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ଆମେରିକା ସରକାର ତୁରନ୍ତ ଶ୍ରମିକ ମାନଙ୍କର ଦାବି ମାନିନେଲେ ଓ ଦୈନିକ ଶ୍ରମ ନିର୍ଘଣ୍ଟକୁ ୮ ଘଂଟା ମଧ୍ୟରେ ସୀମିତ ରଖିଲେ । ଏହି ଦିନଠାରୁ ସାରା ବିଶ୍ୱରେ ବି ଏହି ଆଇନ ପ୍ରଣୟନ ହେଲା । ଏହାକୁ ଶ୍ରମିକମାନେ ବିଜୟ ଦିବସ ଭାବେ ଏବେ ବି ପାଳନ କରିଆସୁଛନ୍ତି ।

ଭାରତରେ ମଧ୍ୟ ୧୯୨୩ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଭାରତରେ ଶ୍ରମିକ ମାନଙ୍କ ଶ୍ରମ ନିର୍ଘଣ୍ଟ ୮ ଘଂଟା କରିବାକୁ ପ୍ରଥମେ ଦାବି ଜଣାଇଥିଲା ଭାରତୀୟ ମଜଦୁର କିଷାନ ପାର୍ଟି । ଏନେଇ ମାଡ୍ରାସ ହାଇକୋର୍ଟ ଆଗରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ହାଇକୋର୍ଟ ଏକ ସଂକଳ୍ପ ପାରିତ କରି ୮ ଘଂଟା ଶ୍ରମ ନିର୍ଘଣ୍ଟକୁ ସିକୃତି ଦେଇଥିଲେ । ସେହିଦିନ ଠାରୁ ଭାରତରେ ବି ଶ୍ରମିକ ଦିବସକୁ ସରକାର ଛୁଟି ଦିନ ଭାବେ ଘୋଷଣା କରିଥିଲେ । 

ତେବେ ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଶ୍ରମିକଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା କରାଯାଇଛି ଏହା ସହ ଇ-ଶ୍ରମ କାର୍ଡ ଭଳି ଏକ ସୁଲଭ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି। ଇ-ଶ୍ରାମ କାର୍ଡ ହେଉଛି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଏକ ଯୋଜନା, ଯାହା ଅଧୀନରେ ଦେଶର ସମସ୍ତ ଅସଂଗଠିତ ଶ୍ରମିକଙ୍କ ଜାତୀୟ ଡାଟାବେସ୍ ସୃଷ୍ଟି କରାଯାଉଛି, ଏହି ଯୋଜନା ଅଧୀନରେ ନାମ, ଠିକଣା, ବ୍ୟବସାୟ ଏବଂ ଅନେକ ତଥ୍ୟ ସଂଗ୍ରହ କରାଯାଉଛି ଯାହା ଦ୍ବାରା ସରକାର ପ୍ରସ୍ତୁତ କରିଥିବା ସମସ୍ତ ଯୋଜନାର ପ୍ରତ୍ୟକ୍ଷ ଲାଭ ସେମାନଙ୍କ ନିକଟରେ ପହଞ୍ଚିପାରିବ ଯାହା ଦ୍ବାରା ସେମାନେ ଏହାକୁ ସୁରୁଖୁରୁରେ ଚଳାଇ ପାରିବେ। ଏହା ହେଉଛି ଦେଶର ପ୍ରଥମ ଡାଟାବେସ୍ ଯେଉଁଥିରେ ସମସ୍ତ ପ୍ରବାସୀ ଶ୍ରମିକ, ଗିଗ୍, ପ୍ଲାଟଫର୍ମ କର୍ମଚାରୀ ଏବଂ ନିର୍ମାଣ ଶ୍ରମିକଙ୍କର ସମ୍ପୂର୍ଣ୍ଣ ବିବରଣୀ ରହିବ।

ଆଜି ଶ୍ରମିକ ଦିବସରେ ଦେଶ ଗଠନରେ ମୁଖ୍ୟ ଅବଦାନ ଦେଇଥିବା ଶ୍ରମିକମାନଙ୍କୁ କୋଟି ପ୍ରଣାମ ।

Leave A Reply

Your email address will not be published.