ହାଇଟେକ୍‌ ସୋସାଇଟିରେ ବିସ୍ଫୋରଣ ହେଲା ଏସି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହାଇଟେକ୍‌ ସୋସାଇଟିରେ ଫାଟିଲା ଏସି।  ନୋଇଡା ସେକ୍ଟର ୧୦୦ର ଲୋଟସ୍‌ ବ୍ଲୁ ବାର୍ଡ ସୋସାଇଟିର ଏକ ଫ୍ଲାଟ୍‌ରେ ଏହି ଏସି ବିସ୍ଫୋରଣ ଘଟିଛି। ହଠାତ୍‌ ଏସି ତଥା ଏୟାର କଣ୍ଡିସନର୍‌ରେ ବିସ୍ଫୋରଣ ଘଟି ସମଗ୍ର ଫ୍ଲାଟରେ ନିଆଁ ଲାଗିଯାଇଥିଲା।

ପରେ ଏହା ଦେଖୁ ଦେଖୁ ସୋସାଇଟିରେ ଥିବା ଅନ୍ୟ ଫ୍ଲାଟଗୁଡିକରେ ବି ବ୍ୟାପି ଯାଇଥିଲା। ଏହାକୁ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ। ପ୍ରଭାବିତ ଫ୍ଲାଟରୁ ପ୍ରବଳ ଧୂଆଁ ବାହାରୁଥିବାରୁ ନିକଟସ୍ଥ ଫ୍ଲାଟରେ ରହୁଥିବା ଲୋକମାନେ ଭୟରେ ଫ୍ଲାଟ ଛାଡି ଦୌଡି ଥିଲେ। ଏହି ଘଟଣାରେ କୌଣସି ଜନଜୀବନ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ ଖବର ମିଳିନାହିଁ। ଏନେଇ ପୁଲିସ ମୁଖପାତ୍ର ପିଟିଆଇକୁ କହିଛନ୍ତି ଯେ ଘଟଣା ଘଟିବା ପରେ ଅଗ୍ନି ନିରାପତ୍ତା ଅଧିକାରୀଙ୍କ ଦ୍ୱାରା ନିଆଁ ଲିଭାଇ ଦିଆଯାଇଛି।

ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଭିଡିଓଗୁଡିକରେ ସୋସାଇଟିର ଏକ ଆବାସିକ ଟାୱାରରେ ଥିବା ଆପାର୍ଟମେଣ୍ଟରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ସେପଟେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଫ୍ଲାଟରେ ନିଆଁ ଲାଗିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସ ସୂଚନା ମୁତାବକ, ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନାହିଁ। ତେବେ ପ୍ରବଳ ଗରମ ଓ ଖରା ଯୋଗୁ ଏସି ଫାଟିଥିବା କୁହାଯାଉଛି।

Leave A Reply

Your email address will not be published.