ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣେର ପୋର୍ସେ କାର୍ ଦୁର୍ଘଟଣା ମାମଲା ମନରୁ ଲିଭିନଥିବା ବେଳେ ପଞ୍ଜାବର ମୋହଲିଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ପୋର୍ସ ପରେ ଏବେ ବିଏମ୍ଡବ୍ଲୁ ପାଳି। ବାଇକ୍କୁ ଧକ୍କା ଦେଲା ବିଏମ୍ଡବ୍ଲୁ କାର୍। ମୋହାଲିଠାରେ ଦ୍ରୁତ ଗତିରେ ଆସୁଥିବା ଏକ ବିଏମଡବ୍ଲୁ କାର୍ ଏକ ବାଇକୁ ଧକ୍କା ଦେବାରୁ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି।
ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଦୁଇଜଣ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହି ବିଳାସପୂର୍ଣ୍ଣ କାରକୁ ଚଳାଉଥିବା ଡ୍ରାଇଭର ଘଟଣା ଘଟାଇବା ପରେ ନିଖୋଜ ଅଛନ୍ତି। ରାତିରେ ଏହି ଦୁର୍ଘଟଣା ପରେ ପୀଡିତଙ୍କ ପରିବାର ସଦସ୍ୟ ପଟିଆଲା ରାଜପଥକୁ ଅବରୋଧ କରିଥିଲେ। ସେପଟେ ଏହି ଦୁର୍ଘଟଣା ପରେ ମୃତକ ଓ ଆହତଙ୍କ ପରିବାର ଲୋକ ପଟିଆଲା ଜାତୀୟ ରାଜପଥକୁ ଅବରୋଧ କରିଥିଲେ।
ସେପଟେ ଦୁର୍ଘଟଣା ପରେ ଏହି ଦାମୀ କାର୍କୁ ଚଳାଉଥିବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଡ୍ରାଇଭରକୁ ଖୋଜିବାକୁ ଚେଷ୍ଠା ଚଳାଇଛି। ସେପଟେ ଦୁର୍ଘଟଣା ଘଟାଇଥିବା କାର୍କୁ ଜବତ କରି ପୁଲିସ ମାମଲାର ତଦନ୍ତ ଜାରି ରଖିଛି। ବିଶେଷକରି ପୁଣେ ପୋର୍ସ କାର୍ ଘଟଣା ପରେ ନିଶାଶକ୍ତ ଅବସ୍ଥାରେ ଛୋଟ ଛୋଟ ପିଲମାନେ ଯେଉଁଭଳି ଭାବେ ଗାଡ଼ି ଚଳାଉଛନ୍ତି ତାହା ଚିନ୍ତାର କାରଣ ହୋଇଛି।