ଓଡ଼ିଆ ନ୍ୟୁଜ୍: ବାଉଁଶ ବୋଝେଇ ଟ୍ରକକୁ ପିଟିଲା ବାଲି ବୋଝେଇ ହାଇଓ୍ୱା। ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ସମ୍ମୁଖରେ ଦୁର୍ଘଟଣା। ବାଲି ବୋଝେଇ ହାଇଓ୍ୱା ଡ୍ରାଇଭର ଗୁରୁତର, ହସ୍ପିଟାଲରେ ଭର୍ତ୍ତି।
ଖବର ଅନୁଯାୟୀ, ରବିବାର ଭୋର ସମୟରେ ଚନ୍ଦ୍ରଶେଖରପୁର ଛକ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏକ ବାଉଁଶ ବୋଝେଇ ଟ୍ରକକୁ ଭାରସାମ୍ୟ ହରାଇ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ୍। ଯାହାଫଳରେ ବାଲି ବୋଝେଇ ଟ୍ରକର କାଚ ଭାଙ୍ଗି ଭିତରକୁ ପଶିଯାଇଛି ବାଉଁଶ । ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ଦୁର୍ଘଟଣା ଲାଗି କିଛି ସମୟ ପାଇଁ ରାସ୍ତାରେ ଜାମ୍ ଦେଖାଦେଇଥିଲା । ପୋଲିସ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାକୁ କ୍ଲିୟର କରିବାରେ ଲାଗିଛନ୍ତି । ଯାହାଫଳରେ ଲୋକଙ୍କ ଯିବାଆସିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ସୂଚନା ରହିଛି ।