ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

0

ଓଡ଼ିଆ ନ୍ୟୁଜ୍: ଯୋଗାଣ ମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ। ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ବଜାର ନିକଟରେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ସହିତ ଗୋଟିଏ ଟ୍ରକ୍‌ ଧକ୍କା ହୋଇଛି। ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜ ନିର୍ବାଚନ ମଣ୍ଡଳୀ ଢେଙ୍କାନାଳରୁ ଓଡି ୦୨ ସିଓ୍ବାଇ ୫୫୫୫ ନମ୍ବର କାର୍‌ ଯୋଗେ କାରକେଡ୍‌ ନେଇ ଭାୟା ଆଠଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ। ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଛକ ନିକଟରେ ପହଞ୍ଚିଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଆର ୦୨ ବିଓ୍ବାଇ ୦୦୩୯ ନମ୍ବର ଏକ ରେଡିମିକ୍ସ ଗାଡ଼ି ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ମନ୍ତ୍ରୀଙ୍କ ଗାଡିର ଡ଼ାହାଣ ପାର୍ଶ୍ୱ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୋଗାଣମନ୍ତ୍ରୀ। ଖବରପାଇ ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେଡିମିକ୍ସ ଗାଡ଼ିଟିକୁ ଜବତ କରି ଥାନାକୁ ଆଣି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.