ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଅଭିନେତା ବାବୁସାନ ଅସୁସ୍ଥ। ତାଙ୍କୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅକ୍ସିଜେନ କମିଯିବାରୁ ୬ ଦିନ ହେବ ତାଙ୍କର ଚିକିତ୍ସା ଚାଲିଛି । ଘରୋଇ ଡାକ୍ତରଖାନାରେ ୬ ଜଣିଆ ଡାକ୍ତରୀ ଦଳ ବାବୁସାନ୍ ଙ୍କ ଚିକିତ୍ସା କରୁଛନ୍ତି। ଏବେ ଅବସ୍ଥାରେ ସୁଧାର ଆସୁଛି।
ସୂଚନାମୁତାବକ, ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ୍ ପାଇଁ ସେ ଏକ ବାଇକ୍ ଯାତ୍ରାରେ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ବାବୁସାନ ଡାକ୍ତରଖାନା ବେଡରେ ଶୋଇଥିବାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ଦେଖି ବାବୁସାନଙ୍କ ଫ୍ୟାନ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି । ନିକଟରେ ତୃପ୍ତି-ପ୍ରକୃତି-ବାବୁସାନଙ୍କ ଘଟଣା ଚର୍ଚ୍ଚାରେ ଥିଲା ।