ଧରାପଡିଲା ମୋ ବସରୁ ଚୋରି କରି ଫେରାର ମାରୁଥିବା ଲୁଟେରା, ୨ ଜଣକୁ ଗିରଫ କଲା ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୋ ବସ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ। ଗ୍ୟାଙ୍ଗର ୨ ମୁଖିଆ ସଞ୍ଜୟ ସିଂହ ଓ ଗଣେଶ ପ୍ରଧାନକୁ ଗିରଫ କଲା ପୋଲିସ। ଗ୍ୟାଙ୍ଗରେ ଅଛନ୍ତି ମହିଳା ଓ ଓ ଛୁଆ। ୨ ଜଣଙ୍କୁ ଯାଜପୁରରୁ ଗିରଫ କରାଯାଇଛି। ଏମାନେ ବଞ୍ଜରା ଗ୍ୟାଙ୍ଗର । ପାର୍ବଣ ଋତୁରେ ଏମାନେ ସକ୍ରିୟ ହୋଇଥାନ୍ତି। ପରିତ୍ୟକ୍ତ ଘରେ ରହିଥାନ୍ତି। ଏବେ ଏମାନଙ୍କୁ ଧରିବାରେ ପୋଲିସ ସଜାଗ ରହିଛନ୍ତି। ଭୁବନେଶ୍ୱରରେ ପୋଲିସ ତତ୍ପର ରହିଛି।

ବସରେ ଏହି ଗ୍ୟାଙ୍ଗ ଭିଡ଼ ଭଳି ପରି ସ୍ଥିତି ସୃଷ୍ଟି କରିଥାନ୍ତି। ଏହାର ସୁଯୋଗ ନେଇ ଯାତ୍ରୀଙ୍କ ଠାରୁ ମୋବାଇଲ, ପର୍ସ, ଲାପଟପ୍ ଲୁଟି ନେଇଥାନ୍ତି । ସେହିଭଳି ଏମାନେ ଭୋର ସମୟରେ ଖୋଲା ରହିଥିବା ଘରେ ପଶି ଚୋରି କରିଥାନ୍ତି। ଭିକ ମାଗିବା ଓ ପାଣି ପିଇବା ବାହାନା କରି ସୁଯୋଗ ଦେଖି ଲୁଟିଥାନ୍ତି। ମାର୍କେଟ, ଗହଳି ସ୍ଥାନରେ ପକେଟ ମାର କରିଥାନ୍ତି।

Leave A Reply

Your email address will not be published.