ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ଅନୁ ଚୌଧୁରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାଇବର ଥାନାର ଦ୍ୱାରସ୍ଥ ହେଲେ ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ। ମିଛ ଖବର ପ୍ରସାରଣ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛମ୍ତି ସେ। ଅନୁଙ୍କୁ କ୍ୟାନ୍ସର ହୋଇଥିବା ନେଇ ଗୁଜବ ପ୍ରଚାର କରିଥିବା ସମ୍ପୃକ୍ତ ଓ୍ୱେବ ଚ୍ୟାନେଲ୍ ବିରୋଧରେ ମାମଲା ରୁଜୁ କରିବାକୁ ଥାନାର ଦ୍ୱାରସ୍ଥ ହେଲେ ଅନୁ। ଅନୁଙ୍କୁ କ୍ୟାନ୍ସର ହୋଇଥିବା ନିୟୁଜ୍ ବି ପ୍ରସାରଣ କରିଥିଲା ଉକ୍ତ ସଂସ୍ଥା । ଖବରରେ କୁହାଯାଇଥିଲା କି ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଛି । ତେବେ ଏସବୁ ତାଙ୍କ ବିରୋଧରେ ମିଛ ଖବର ପ୍ରସାରଣ ହୋଇଥିବା ଜାଣିବା ପରେ ଆଇନର ଆଶ୍ରୟ ନେଇଛନ୍ତି ଅନୁ ।

ସେ କହିଛନ୍ତି ତୁରନ୍ତ ଏମିତି କାମ କରିଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଟାନ ନିଆଯାଉ । ସେ ଆହୁରି କହିଛନ୍ତି ଏଭଳି ଗୁଜବରୁ ଆପଣମାନେ ଦୂରେଇ ରୁହନ୍ତିୁ । କାରଣ ମୁଁ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛି । ସୁସ୍ଥ ଥିବା ବେଳେ କ୍ୟାନ୍ସର ବୋଲି କହିବା ନିହାତି ହୀନ ମାନସିକତା । ଏଭଳି କୁଶ୍ଚିତ ମାନସିକ ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲେ ଅନୁ ।

Leave A Reply

Your email address will not be published.