ସୂର୍ଯ୍ୟକୁ ଦେଖିଲା ‘ଆଦିତ୍ୟ-ଏଲ୍‌୧’

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ‘ଇସ୍ରୋ’ ଭାରତୀୟ ସୌରଯାନ ‘ଆଦିତ୍ୟ-ଏଲ୍‌୧’ର ଦ୍ବିତୀୟ ଉପକରଣ ‘ଆଦିତ୍ୟ ସୋଲାର୍‌ ୱିଣ୍ଡ୍‌ ପାର୍ଟିକ୍ଲ୍‌ ଏକ୍ସପେରିମେଣ୍ଟ୍‌’କୁ (ଏଏସ୍‌ପିଇଏକ୍ସ୍‌) ସକ୍ରିୟ କରିବା ପରେ ତାହା କାର୍ଯ୍ୟକ୍ଷମ ହୋଇଥିବା କଥା ସୂଚନା ଦେଇଛି।

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ରବିବାର କହିଛି ଯେ ଏହାର ଉଦ୍ଘାଟନୀ ସୌର ମିଶନ ଆଦିତ୍ୟ L1 ମଧ୍ୟରେ ଆଦିତ୍ୟ ସୋଲାର ପବନ କଣିକା ପରୀକ୍ଷଣ (ASPEX) ର ଦ୍ୱିତୀୟ ଉପାଦାନ ସୋଲାର ପବନ ଆଇନ୍ ସ୍ପେକ୍ଟ୍ରୋମିଟର (SWIS) କାର୍ଯ୍ୟକ୍ଷମ ହୋଇଛି। ଏବେ ‘ଆଦିତ୍ୟ-ଏଲ୍‌୧’ ରହସ୍ୟମୟ ସୌର ପବନ ଉପରେ ଧ୍ୟାନନିବେଶ କରିଛି ବା ସୂର୍ଯ୍ୟକୁ ଦେଖିପାରିଛି। ‘ଏଏସ୍‌ପିଇଏକ୍ସ୍‌’ ପ୍ଲେଲୋଡ୍‌ରେ ‘ସୋଲାର୍‌ ୱିଣ୍ଡ୍‌ ଆଇଅନ୍‌ ସ୍ପେକ୍ଟୋମିଟର୍‌ (ସ୍ବିସ୍‌) ଓ ‘ସୁପ୍ରାଥର୍ମାଲ୍‌ ଆଣ୍ଡ୍‌ ଏନର୍ଜେଟିକ୍‌ ପାର୍ଟିକ୍ଲ ସ୍ପେକ୍ଟୋମିଟର୍‌’ (ଷ୍ଟେପ୍‌ସ୍‌) ସମେତ ଅତ୍ୟାଧୁନିକ ଯନ୍ତ୍ରପାତି ଥିବା ନିର୍ବିଘ୍ନରେ କାର୍ଯ୍ୟ କରୁଛି ବୋଲି ‘ଇସ୍ରୋ’ କହିଛି।

‘ଇସ୍ରୋ’ କହିଛି, ନଭେମ୍ବର ୨ ତାରିଖରେ ସକ୍ରିୟ କରାଯାଇଥିବା ‘ସ୍ବିସ୍‌’ ଉପକରଣ ‘ସୋଲାର୍‌ ୱିଣ୍ଡ୍‌ ଆଇଅନ୍‌’, ବିଶେଷକରି ‘ପ୍ରୋଟନ୍‌’ ଓ ‘ଆଲ୍‌ଫା’ କଣିକା ମାପି ଥିବାରୁ ସୂର୍ଯ୍ୟକୁ ଦେଖିପାରୁଥିବା କଥା ପ୍ରମାଣ କରିଛି। ପ୍ରତ୍ୟେକର ୩୬୦ ଡିଗ୍ରି ଅଞ୍ଚଳ ଦେଖି ହେବା ଭଳି ‘ସ୍ବିସ୍‌’ରେ ଲାଗିଥିବା ଦୁଇଟି ‘ସେନ୍‌ସର୍‌ ୟୁନିଟ୍‌’ ସୌର ପବନ ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ମଧ୍ୟ ଦେଉଛି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨ ତାରିଖରେ  ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଦ୍ବୀପସ୍ଥିତ ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍‌୧’ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା।

Leave A Reply

Your email address will not be published.