ଓଡ଼ିଆ ନ୍ୟୁଜ୍: ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍। ପୁରୀରେ ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ।ଟ୍ରାଫିକ୍, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା କରାଯାଇଛି।ନୂଆ କରି ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ମଧ୍ୟ କରାଯାଇଛି।ମୋଟ୍ ୨୭୫ଟି ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ଉତ୍ତରାରୁ ପୁରୀ, ପୁରୀରୁ କୋଣାର୍କ ସିସିଟିଭି ନଜରରେ ରହିବ।ଲାଇଭ୍ ଫିଡ୍ ଦେଖି ସବୁ କିଛି କଣ୍ଟ୍ରୋଲ ରୁମ୍ରୁ କଣ୍ଟ୍ରୋଲ ହେବ।
ଟ୍ରାଫିକ୍ ପାଇଁ ସ୍ବତନ୍ତ୍ର ପ୍ଲାନ୍ ଓ ଆଣ୍ଟି ଡ୍ରୋନ୍ ବି ରଥଯାତ୍ରାରେ କାମ କରିବ।ପ୍ରାୟ ୨ ଶହ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ।ଆକାଶ ମାର୍ଗରୁ ଏରିୟଲ ସର୍ଭେ କରାଯିବ, ତୀକ୍ଷ୍ଣ ନଜର ରଖାଯିବ। ପୁରୀ ବେଳାଭୂମିରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରିବେ।ମୋଟ ୧୦ ହଜାର ପୋଲିସ ଶ୍ରୀକ୍ଷେତ୍ର ସୁରକ୍ଷାରେ ରହିବେ।