ସମ୍ବଲପୁର(ଓଡ଼ିଆ ନ୍ୟୁଜ୍): ପାଞ୍ଚ ଦିନ ପାଣିରେ ରହିବା ପରେ ଆଖି ବୁଜିଲା ଦନ୍ତା। ସମ୍ବଲପୁରରେ ବି ବଞ୍ଚିପାରିଲାନି ହାତୀ । ପ୍ରଥମ ଆଠଗଡ଼ ଆଉ ଏବେ ସମ୍ବଲପୁରରେ ମରିଯାଇଛି ଦନ୍ତା ହାତୀ । ପୋଖରୀରୁ ବାହାରକୁ ଆସିବା ପରେ ହାତୀଟିର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଡିଏଫ୍ଓ ।
ସୂଚନା ଯୋଗ୍ୟ, ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ସାପଲହରା ଗାଁ ଦନ୍ତାଟିଏ ପୋଖରୀକୁ ପାଣିପିଇବାକୁ ଆସି ଫସିରହିଥିଲା । ବନବିଭାଗ ପୋଖରୀରେ ଫସିଥିବା ହାତୀକୁ ଉଦ୍ଧାର କରିବାରେ ବିଫଳ ହେବାରୁ ହାତୀର ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଓୟୁଏଟିର ଏକ ଟିମ୍ ସମ୍ବଲପୁରରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ସେଥିରେ ସଫଳ ହୋଇନଥିଲେ । ଶେଷରେ ଆଜି କ୍ରେନ୍ ଓ ରଶି ସହାୟତାରେ ହାତୀକୁ ପୋଖରୀ ବାହାରକୁ ଅଣାଯିବା ପରେ ହାତୀଟିର ମୃତ୍ୟୁ ହୋଇଛି ।