ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ବିଶ୍ୱର ନଜର ଏବେ ଭାରତ ଉପରେ । କାରଣ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି ଭାରତର ଚନ୍ଦ୍ରଯାନ-୩ । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସନ୍ଧ୍ୟା ଠିକ୍ ୬ଟା ୪ ମିନିଟରେ ଓହ୍ଲାଇବା ସହ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କାର୍ୟ୍ୟାଳୟରେ ଉତ୍ସବର ଝଲକ ଦେଖିବାକୁ ମିଳିଥିଲା। ମିଶନର ସଫଳତା ପାଇଁ ଇସ୍ରୋ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋହାନ୍ସବର୍ଗର ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ ଫୋନ୍ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏସ ସୋମନାଥଙ୍କୁ କହିଛନ୍ତି ଯେ, ସେମାନାଥ ଜୀ, ଆପଣଙ୍କ ନାମ ବି ଚନ୍ଦ୍ରମା ସହ ଜଡିତ। ଆପଣଙ୍କ ପରିବାର ସଦସ୍ୟ ମଧ୍ୟ ଖୁସି ହେବେ। ଆପଣଙ୍କୁ ଏବଂ ଆପଣଙ୍କ ଟିମ୍କୁ ଅଭିନନ୍ଦନ। ଦୟାକରି ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇଦେବେ।ଯଦି ସମ୍ଭବ, ମୁଁ ଖୁବ୍ଶୀଘ୍ର ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବି।